www.samajalive.in
Friday, December 12, 2025
16.1 C
Bhubaneswar

ପିଲାଏ ବୁଝିବେ ଜଳର ମହତ୍ୱ

ନୂଆଦିଲ୍ଲୀ: ଦେଶର ସବୁ ବିଦ୍ୟାଳୟରେ ଜଳ ସଂରକ୍ଷଣ ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବ। କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିୟାଲ ନିଶାଙ୍କ ଆଜି ‘ସମଗ୍ର ଶିକ୍ଷା-ଜଳ ସୁରକ୍ଷା’ ଅଭିଯାନର ଶୁଭାରମ୍ଭ କରିବେ। ଏହି ଅଭିଯାନ ଅନ୍ତର୍ଗତ ଦେଶର ସମସ୍ତ ସ୍କୁଲରେ ଜଳ ସଂରକ୍ଷଣ ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବ। ଦିଲ୍ଲୀ କ୍ୟାଂଟର କେନ୍ଦ୍ରୀୟ ବିଦ୍ୟାଳୟ ନଂ ୨ସ୍ଥିତ ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନ ସମ୍ମିଳନୀ କକ୍ଷରେ ଏହି ବିଶାଳ ଅଭିଯାନ ଆରମ୍ଭ କରାଯିବ। ଜଳ ସଂଚୟ ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନରେ ଅନୁପ୍ରାଣିତ ହୋଇ କେନ୍ଦ୍ର ସରକାର ଜଳ ଶକ୍ତି ଅଭିଯାନର ଶୁଭାରମ୍ଭ କରିଛନ୍ତି। ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନେଇ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଅଭିଯାନକୁ ଚୂଡ଼ାନ୍ତ ରୂପ ଦିଆଯିବ।

ଛାତ୍ରଛାତ୍ରୀ ଜଳସଂରକ୍ଷଣର ଗୁରୁତ୍ୱ ସମ୍ପର୍କରେ ସଚେତନ ହୋଇପାରିଲେ ଅର୍ଥପୂର୍ଣ୍ଣ ଜୀବନ ନିର୍ବାହ କରିବା ସହିତ ଦୈନନ୍ଦିନ ଜୀବନରେ ଜଳ ସଂରକ୍ଷଣ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରିବେ। ମାନବ ସମ୍ବଳ ମନ୍ତ୍ରଣାଳୟ ଅଧୀନ ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା ବିଭାଗ ପକ୍ଷରୁ ‘ସମଗ୍ର ଶିକ୍ଷା-ଜଳ ସୁରକ୍ଷା’ ଅଭିଯାନ ଆରମ୍ଭ କରାଯାଇଛି। ଦେଶର ସମସ୍ତ ସ୍କୁଲରେ ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ବିଭାଗ ପକ୍ଷରୁ ଏକ ବିସ୍ତୃତ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରାଯାଇଛି। ବିଶେଷ କରି ଜଳ ସଂରକ୍ଷଣ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେବା, ଜଳାଭାବର ପ୍ରଭାବ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରିବା, ପ୍ରାକୃତିକ ଜଳ ଉତ୍ସର ସୁରକ୍ଷା ସମ୍ପର୍କରେ ଜାଣିବା ପାଇଁ ଛାତ୍ରଛାତ୍ରୀଙ୍କୁ ସଶକ୍ତ କରିବା, ଦିନକୁ ସର୍ବନିମ୍ନ ଗୋଟିଏ ଲିଟର ଜଳ ସଂଚୟ ପାଇଁ ଛାତ୍ରଛାତ୍ରୀଙ୍କୁ ସହାୟତା କରିବା ଏବଂ ଘରେ ଏବଂ ସ୍କୁଲରେ ଜଳର ସଦୁପଯୋଗ ପାଇ ଛାତ୍ରଛାତ୍ରୀଙ୍କୁ ଅନୁପ୍ରାଣିତ କରିବା ଏହି ଯୋଜନାର ଲକ୍ଷ୍ୟ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories