ଫିଲ୍ପକାର୍ଟକୁ କିଣିବ ଓ୍ୱାଲମାର୍ଟ, ୧୫୦୦ କୋଟି ଆମେରିକୀୟ ଡଲାରରେ ବିକ୍ରି ହେବ!

0

ନୂଆଦିଲ୍ଲୀ: ଭାରତର ଇ-କମର୍ସ ବା ଅନଲାଇନ୍‌ ବ୍ୟବସାୟ କରୁଥିବା ଅନ୍ୟତମ ମୁଖ୍ୟ କମ୍ପାନୀ ଫିଲ୍ପକାର୍ଟର ବିକ୍ରି ଏକ ପ୍ରକାରର ନିଶ୍ଚିତ ହୋଇଯାଇଛି । ଓ୍ୱାଲମାର୍ଟ ଏହାର ୭୫ ପ୍ରତିଶତ ଅଂଶଧନ କିଣିବ । ଫ୍ଲିପକାର୍ଟର ବୋର୍ଡ ଏହାକୁ ମଞ୍ଜୁରୀ ଦେଇଥିବା ସୂଚନା ମିଳିଛି । ଏହାକୁ ୧୫ ବିଲିୟନ ବା ୧୫୦୦ କୋଟି ଆମେରିକୀୟ ଡଲାର ଦେଇ ଓ୍ୱାଲମାର୍ଟ କିଣିବ । ସଫ୍ଟ ବ୍ୟାଙ୍କ ଫିଲ୍ପକାର୍ଟରେ ଥିବା ଏହାର ୨୦ ପ୍ରତିଶତ ଅଂଶଧନ ବିକ୍ରି କରିବ । ଓ୍ୱାଲମାର୍ଟ ସହ ଗୁଗୁଲର ସହଯୋଗୀ କମ୍ପାନୀ ଆଲଫାବେଟ୍‌ ଏଥିରେ ପୁଞ୍ଜି ନିବେଶ କରିପାରେ ।

ଆମେରିକା ଓ ଚୀନ ପରେ ଏବେ ଭାରତ ଏକ ବିଶାଳ ବଜାର ହୋଇ ଉଭା ହୋଇଛି । ଭାରତରେ ଆମାଜନ୍‌ ଏହାର ବ୍ୟବସାୟ ଆରମ୍ଭ କରିଥିବା ବେଳେ ଓ୍ୱାଲମାର୍ଟ ପଛରେ ରହିବାକୁ ଚାହୁଁ ନାହିଁ ।

Leave A Reply