www.samajalive.in
Saturday, December 6, 2025
17.1 C
Bhubaneswar

ଲଗାଣ ବର୍ଷାରେ ବେହାଲ ବ୍ରଜରାଜନଗର

ବ୍ରଜରାଜନଗର : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତ ରୂପ ଧାରଣ କରିବା ପରେ ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଝାରସୁଗୁଡ଼ା ଜିଲାର ବ୍ରଜରାଜନଗର ଅଞ୍ଚଳରେ ବୁଧବାର ସନ୍ଧ୍ୟାରୁ ଲଗାଣ ବର୍ଷା ଲାଗି ରହିଛି। ଫଳରେ ପ୍ରବଳ ବର୍ଷା ଯୋଗୁଁ ନଦୀ, ନାଳ ଗୁଡ଼ିକ ଭର୍ତ୍ତି ହେବା ସହ ଜନବସତି ଅଞ୍ଚଳରେ ପାଣି ପଶି ଯାଇଛି। ସହରର ସମସ୍ତ ଗଳିକନ୍ଦି, ରାସ୍ତା କଡ, ଜମିରେ ଆଣ୍ଠୁଏ ଉଚ୍ଚର ବର୍ଷା ଜଳ ଲହଡ଼ି ଭାଙ୍ଗୁଛି। ଏହା ସହ ଲୋକଙ୍କ ଘରେ ମଧ୍ୟ ପଶି ପଶିଯାଇଥିବା ଜଣାପଡ଼ିଛି।
ଲଗାଣ ବର୍ଷା ଯୋଗୁଁ ପାହାଡ଼ରୁ ଆସୁଥିବା ବର୍ଷାଜଳ ଝରଣା ଓ ନାଳ ଦେଇ ପ୍ରବାହିତ ହେବାରୁ ଚାଷ ଜମି ଗୁଡ଼ିକରେ ଜଳାର୍ଣ୍ଣବ ହେବା ସହ ନଦୀର ଜଳସ୍ତର ବୃଦ୍ଧି ପାଉଛି। ଉପର ମୁଣ୍ଡ ଛତିଶଗଡ଼ରେ ବର୍ଷା ଲାଗି ରହିବାରୁ ଇବ ନଦୀ ଧୀରେ ଧୀରେ ଫୁଲିବା ସହ ସୁନ୍ଦରଗଡ଼ରୁ ରାଜପୁର ଦେଇ ପ୍ରବାହିତ ହେଉଥିବା ବସୁନ୍ଧରା ନଦୀରେ ଜଳସ୍ତର ବୃଦ୍ଧି ପାଇ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ପାଣି ପାଗର କେନ୍ଦ୍ରର ସୂଚନା ଅନୁଯାୟୀ ଆଗାମୀ ୨୪ ଘଣ୍ଟା ଯାଏଁ ବର୍ଷା ଲାଗି ରହିବ। ଫଳରେ ପରିସ୍ଥିତି ଅଧିକ ବିଗିଡ଼ିବାର ସମ୍ଭାବନା ରହିଛି। ବର୍ଷା ଲାଗି ରହିବା ଫଳରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ନଈକୂଳିଆ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories