www.samajalive.in
Saturday, December 6, 2025
19.1 C
Bhubaneswar

ଅଭିନନ୍ଦନଙ୍କୁ ମିଳିବ ବୀର ଚକ୍ର !

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ୱିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କୁ କେନ୍ଦ୍ର ସରକାର ଶୀର୍ଷ ସୈନ୍ୟ ସମ୍ମାନରେ ସମ୍ମାନିତ କରିପାରନ୍ତି। ଏହା ସହିତ ଜଡ଼ିତ ୨ ଜଣ ବରିଷ୍ଠ ଅଧିକାରୀ ଏ ନେଇ ସୂଚନା ଦେଇଛନ୍ତି। ରିପୋର୍ଟ ଅନୁସାରେ, ଅଭିନନ୍ଦନଙ୍କୁ ‘ବୀର ଚକ୍ର’ ସମ୍ମାନ ପ୍ରଦାନ କରାଯାଇପାରେ। ଅଭିନନ୍ଦନ ଫେବୃୟାରୀ ୨୭ରେ ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନର ଏଫ-୧୬ ଯୁଦ୍ଧ ବିମାନ ଖସାଇ ଦେଇଥିଲେ। ଏହା ପୂର୍ବ ରାତିରେ ବାୟୁସେନା ପକ୍ଷରୁ ପାକ୍‌ ଅଧିକୃତ କାଶ୍ମୀର(ପିଓକେ)ର ବାଲାକୋଟରେ ବିମାନ ଆକ୍ରମଣ କରାଯାଇଥିଲା। ଏହା ପରେ ପାକିସ୍ତାନ ପକ୍ଷରୁ ଯୁଦ୍ଧ ବିମାନ ଜରିଆରେ ଭାରତୀୟ ସେନା ଶିବିରକୁ ଟାର୍ଗେଟ କରି ଆକ୍ରମଣ କରିଥିଲା। ବାୟୁସେନା ଏହାର କଡ଼ା ଜବାବ ଦେବା ସହିତ ପାକ୍‌ ଯୁଦ୍ଧ ବିମାନକୁ ଘଉଡ଼ାଇ ଦେଇଥିଲା, ଯେଉଁଥିରେ ଅଭିନନ୍ଦନ ପାକିସ୍ତାନର ଏକ ଏଫ-୧୬ ଯୁଦ୍ଧ ବିମାନକୁ ଖସାଇ ଦେଇଥିଲେ। ଏଥିପାଇଁ ତାଙ୍କୁ ସାହସିକତା ପୁରସ୍କାର ସ୍ବରୂପ ବୀର ଚକ୍ର ପ୍ରଦାନ କରାଯାଇପାରେ ବୋଲି ସୂଚନା ମିଳିଛି। ସେହିପରି ବିମାନ ଆକ୍ରମଣ ସମୟରେ ବାଲାକୋଟରେ ବୋମା ବର୍ଷଣ କରିଥିବା ପାଇଲଟ୍‌ମାନଙ୍କୁ ବାୟୁସେନା ମେଡାଲ ପ୍ରଦାନ କରାଯାଇ ସମ୍ମାନିତ କରାଯିବ। ବୀର ଚକ୍ର ହେଉଛି ଯୁଦ୍ଧ ସମୟରେ ଦିଆଯାଉଥିବା ଭାରତର ତୃତୀୟ ସର୍ବୋଚ୍ଚ ବୀରତା ପୁରସ୍କାର।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories