www.samajalive.in
Friday, December 12, 2025
16.1 C
Bhubaneswar

ଫୁଟବଲରୁ ଫରଲାନ୍‌ଙ୍କ ସନ୍ନ୍ୟାସ

ମେଣ୍ଟେଭିଡିଓ : ଉଗୁରୁଏ ଫୁଟବଲ ଦଳର ଷ୍ଟ୍ରାଇକର ଡିଏଗୋ ଫରଲାନ୍‌ ଫୁଟବଲରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ଦୀର୍ଘ ୨୧ ବର୍ଷର କ୍ୟାରିୟରରେ ଫରଲାନ୍‌ ଉରୁଗୁଏ ବ୍ୟତୀତ ବିଭିନ୍ନ ଖ୍ୟାତନାମା ଫୁଟବଲ କ୍ଲବ ତରଫରୁ ଖେଳିଥିଲେ।
ଫରଲାନ୍‌ କ୍ଲବସ୍ତରରେ ଆର୍ଜେଣ୍ଟିନାର ଇଣ୍ଡିପେଣ୍ଡିଏଟେ୍‌ କ୍ଲବ ତରଫରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ପରେ ସେ ମାଞ୍ଚେଷ୍ଟର ୟୁନାଇଟେଡ୍‌, ଭିଲାରିଅଲ୍‌, ଆଥଲାଟିକୋ ମାଦ୍ରିଦ୍‌, ଇଣ୍ଟର ମିଲାନ୍‌ ଆଦି ପ୍ରଖ୍ୟାତ କ୍ଲବ ତରଫରୁ ଖେଳିଥିଲେ। ୨୦୧୦ ପିଫା ବିଶ୍ବକପ୍‌ରେ ଫରଲାନ୍‌ ଉରୁଗୁଏ ତରଫରୁ ୫ଟି ଗୋଲ୍‌ ସ୍କୋର କରିବା ସହ ଶ୍ରେଷ୍ଠ ଖେଳାଳି ଭାବେ ସୁନା ବଲ୍‌ ପାଇଥିଲେ। ଫରନାଲ୍‌ ୨୦୧୧ରେ ଉରୁଗୁଏକୁ କୋପା ଆମେରିକା କପ୍‌ ଚମ୍ପିଆନ୍‌ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହି ମ୍ୟାଚ୍‌ରେ ସେ ଦୁଇଟି ଗୋଲ୍‌ ସ୍କୋର କରିଥିଲେ। ୨୦୧୬ରେ ଫରଲାନ୍‌ ଇଣ୍ଡିଆ ସୁପର ଲିଗ୍‌ ଦଳ ମୁମ୍ବଇ ସିଟି ତରଫରୁ ଖେଳିଥିଲେ। ଗତବର୍ଷ ସେ ହଂକଂ ପ୍ରିମିୟର ଲିଗ୍‌ରେ କିଟ୍‌ଚି ସ୍ପୋର୍ଟସ୍‌ କ୍ଲବ ତରଫରୁ ଖେଳିଥିଲେ। ଉରୁଗୁଏ ଓ ବିଭିନ୍ନ କ୍ଲବ ତରଫରୁ ସେ ୨୫୦ରୁ ଅଧିକ ଗୋଲ୍‌ ସ୍କୋର କରିଛନ୍ତି।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories