www.samajalive.in
Saturday, December 6, 2025
19.1 C
Bhubaneswar

ଜାଣନ୍ତୁ, ନାଗ ପଞ୍ଚମୀ ସହ କ’ଣ ରହିଛି ରାହୁ-କେତୁ ଗ୍ରହର ସମ୍ବନ୍ଧ

ହିନ୍ଦୁ ଧର୍ମରେ ନାଗ ପଞ୍ଚମୀର ବିଶେଷ ମହତ୍ତ୍ବ ରହିଛି। ମାନ୍ୟତା ଅନୁଯାୟୀ ଏହି ଦିନ ମହିଳାମାନେ ନାଗ ଦେବତାଙ୍କୁ ପୂଜା କରନ୍ତି ଏବଂ ମନସ୍କାମନା ପୂରଣ ପାଇଁ ପ୍ରାଥର୍ନା କରନ୍ତି। କିନ୍ତୁ କ’ଣ ଆପଣ ଜାଣନ୍ତି କି, ଜାତକରେ ଥିବା ରାହୁ-କେତୁ ସହ ନାଗ ପଞ୍ଚମୀର କ’ଣ ସମ୍ବନ୍ଧ ରହିଛି ?

ରାହୁ ଓ କେତୁ ପରସ୍ପର ଠାରୁ ୧୮୦ ଅଂଶରେ ରହିଥାଆନ୍ତି ଅର୍ଥାତ୍ ଗୋଟିଏ ଅନ୍ୟ ଗ୍ରହର ସପ୍ତମ ସ୍ଥାନରେ ବିରାଜମାନ କରିଥାଆନ୍ତି। ରାହୁ ଓ କେତୁକୁ ସର୍ପର ପ୍ରତୀକ ବୋଲି କୁହାଯାଏ। ରାହୁକୁ ସର୍ପର ମୁଣ୍ଡ ଓ କେତୁକୁ ଲାଞ୍ଚ ବୋଲି କୁହାଯାଏ। ଏହି କାରଣରୁ ରାହୁ ଓ କେତୁ ସମ୍ବନ୍ଧିତ ସମସ୍ୟାରୁ ମୁକ୍ତି ପାଇଁ ନାଗ ପଞ୍ଚମୀ ହେଉଛି ସର୍ବଶ୍ରେଷ୍ଠ।

- Advertisement -

ରାହୁ-କେତୁର ଲକ୍ଷଣ

ଯଦି ଜଣେ ବ୍ୟକ୍ତି ସର୍ବଦା ତରବରିଆ ଭାବରେ କାର୍ଯ୍ୟ କରୁଛି ଏବଂ ତା’ ଜୀବନରେ ଆକସ୍ମିକ ଭାବେ ଘଟଣା ଘଟୁଛି, ତେବେ ବୁଝିଯିବେ ଯେ ଏହା ରାହୁ-କେତୁର ଲକ୍ଷଣ।

ଯଦି ଜଣେ ବ୍ୟକ୍ତି ସାତ୍ତ୍ବିକ ଭୋଜନ ଛାଡି ଫାଷ୍ଟ ଫୁଡ୍ ଖାଦ୍ୟ ପ୍ରତି ମନ ବଳାଉଛି, ତେବେ ତାହା ମଧ୍ୟ ରାହୁ-କେତୁର ଲକ୍ଷଣ।

ବ୍ୟକ୍ତିର ଶରୀର ରୁକ୍ଷ ହେବା ଏବଂ ସର୍ବଦା ଆଲସ୍ୟ ଅନୁଭବ ହେବା, ସବୁବେଳେ ଅନ୍ୟମାନଙ୍କୁ ଜିନିଷ ଲୁଚାଇବା ଏବଂ ଲୁଚିଛପି କାର୍ଯ୍ୟ କରିବା, ହାତର ମଧ୍ୟ ଭାଗରେ ଜାଲ ଭଳି ଦେଖାଯିବା, ଏସବୁ ଲକ୍ଷଣ ରାହୁ-କେତୁର ପ୍ରଭାବ ବୋଲି ବୁଝିଯିବେ।

ରାହୁ-କେତୁର ଶୁଭ ପ୍ରଭାବ

ରାହୁ-କେତୁର ଶୁଭ ପ୍ରଭାବରେ ବ୍ୟକ୍ତି କମ୍ପୁଟର, ରାଜନୀତି ଓ ଫିଲ୍ମ ଆଦି କ୍ଷେତ୍ରରେ ସଫଳତା ପାଇଥାଏ। ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇବା ସହ ବାରମ୍ବାର ସମସ୍ୟାରୁ ବର୍ତ୍ତି ଯାଇଥାଏ।
ବିଦେଶ ଯାତ୍ରା କରିବା ସହ ବିଭିନ୍ନ ଦେଶର ଭାଷା ଶିକ୍ଷିବାର ସୁଯୋଗ ଲାଭ ହୁଏ ।
ବ୍ୟକ୍ତି ଆଧ୍ୟାତ୍ମ ରାସ୍ତାରେ ଯିବା ହେଉଛି ରାହୁ-କେତୁର ଶୁଭ ପ୍ରଭାବ ।

ରାହୁ-କେତୁର ଅଶୁଭ ପ୍ରଭାବକୁ କିପରି ଜାଣିବ

ବ୍ୟକ୍ତି ନିଜର ଶକ୍ତି ବା କ୍ଷମତାର ଦୁରୁପଯୋଗ କରିବା ସହ ଖରାପ ସଙ୍ଗତିରେ ପଡିଥାଏ ।
ବ୍ୟକ୍ତି ଭିତରେ ଅପରାଧିକ ପ୍ରବୃତ୍ତି ରହିଥାଏ ।
ବ୍ୟକ୍ତି ଭିତରେ ଭୟ ଏବଂ କଳ୍ପନା ସମସ୍ୟା ରହିଥାଏ ।
ବ୍ୟକ୍ତି ଅଧିକ ସମସ୍ୟା ଘେରରେ ରହିଥାଏ ।
ନିର୍ଣ୍ଣୟ ନେବାରେ ଅସୁବିଧା ହେବା ସହ କପଟ କରିବା ଏବଂ ଯୋଡା ଚରିତ୍ରର ହୋଇଥାଆନ୍ତି।

ଅଶୁଭ ପ୍ରଭାବରୁ କିପରି ମୁକ୍ତି ପାଇବେ

ଯଦି ଖାଦ୍ୟ ପାନୀୟର ସମୟ ସଠିକ୍ ରହୁନାହିଁ ତେବେ ନାଗ ପଞ୍ଚମୀ ଦିନ ତୁଳସୀ ଗଛ ଲଗାଇ ଉପାସନା କରନ୍ତୁ।
ଖରାପ ଅଭ୍ୟାସ ପାଇଁ ନାଗ ପଞ୍ଚମୀ ଦିନ ପ୍ରାତଃ କାଳରେ ମାଟିର ଏକ ସାପ ପ୍ରସ୍ତୁତ କରି ନଦୀରେ ଭସାଇ ଦିଅନ୍ତୁ।
ଜୀବନରେ ବାରମ୍ବାର ଉତ୍ଥାନ ପତନ ହେଉଛି ତେବେ ନାଗ ପଞ୍ଚମୀ ଦିନ ସାତ ପ୍ରକାରର ଶସ୍ୟ ଏକା ସାଙ୍ଗରେ ଦାନ କରନ୍ତୁ।
ଭୟ ଏବଂ କଳ୍ପନା ସମସ୍ୟା ଥିଲେ, ନାଗ ପଞ୍ଚମୀ ଦିନ ନିମ୍ବ କାଠରେ ୧୦୮ ଥର ହଳଦିଆ ରଙ୍ଗର ସୋରିଷ ଦାନ କରନ୍ତୁ।
ରାହୁ-କେତୁ ସମ୍ବନ୍ଧିତ ଯେକୌଣସି ସମସ୍ୟା ପାଇଁ ନାଗ ପଞ୍ଚମୀ ଦିନ ନୀଳ କପଡାରେ ଧଳା ଚନ୍ଦନର କିଛି ଅଂଶ ବାନ୍ଧି ଗଳାରେ ଧାରଣ କରନ୍ତୁ ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories