www.samajalive.in
Saturday, December 6, 2025
19.1 C
Bhubaneswar

ପ୍ରଭାସ ପାଲଟିଲେ ସବୁଠାରୁ ଦାମୀ ଭାରତୀୟ ଅଭିନେତା ! 

ମୁମ୍ବଇ : ସବୁଠାରୁ ଦାମୀ ଭାରତୀୟ ଅଭିନେତା ପାଲଟିଛନ୍ତି ବାହୁବଳୀ ଷ୍ଟାର ପ୍ରଭାସ। ୩୦ ଅଗଷ୍ଟରେ ମୁକ୍ତିଲାଭ କରିବାକୁ ଥିବା ୨୦୧୯ର ସବୁଠୁ ବଡ଼ ଚଳଚ୍ଚିତ୍ର ‘ସାହୋ’ ପାଇଁ ତାଙ୍କୁ ୧୦୦ କୋଟି ଟଙ୍କା ଫିସ୍‍ ମିଳିଥିବା ସୂଚନା ମିଳିଛି। ଏହାସହିତ ସବୁଠାରୁ ଅଧିକ ପାଉଣା ନେଉଥିବା ଅଭିନେତା ତାଲିକାରେ ରଜନୀକାନ୍ତ, ସଲାମାନ ଖାନ ଓ ଶାହରୁଖ୍‍ ଖାନଙ୍କୁ ସେ ପଛରେ ପକାଇ ଦେଇଛନ୍ତି। ଏହା ମଧ୍ୟ ଶୁଣିବାକୁ ମିଳୁଛି ଯେ, ‘ସାହୋ’ର ପ୍ରି-ରିଲିଜ୍‍ ବ୍ୟବସାୟର ୫୦ ପ୍ରତିଶତ ଭାଗ ମଧ୍ୟ ପ୍ରଭାସ ନେବେ। ମାତ୍ର ଏନେଇ ଆନୁଷ୍ଠାନିକ ଭାବେ କୌଣସି ସୂଚନା ମିଳିନାହିଁ।

ଅନ୍ୟପକ୍ଷରେ ଶ୍ରଦ୍ଧା କପୁରଙ୍କର ଏହା ପ୍ରଥମ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର। ତାଙ୍କୁ ମଧ୍ୟ ଏହି ଚଳଚ୍ଚିତ୍ର ପାଇଁ ନିର୍ମାତା ମୋଟା ଅଙ୍କର ପାଉଣା ଦେଉଛନ୍ତି। ‘ସାହୋ’ ପାଇଁ ଶ୍ରଦ୍ଧାଙ୍କୁ ୭ କୋଟି ଟଙ୍କା ଫିସ୍‍ ଦିଆଯାଇଥିବା ଖବର ମିଳିଛି। ଏହାସହିତ ଶ୍ରଦ୍ଧା ମଧ୍ୟ ସବୁଠାରୁ ଅଧିକ ଫିସ୍‍ ନେଉଥିବା ଭାରତୀୟ ଅଭିନେତ୍ରୀଙ୍କ ତାଲିକାରେ ସ୍ଥାନ ଅଧିକାର କରିଛନ୍ତି।

- Advertisement -

 

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories