www.samajalive.in
Saturday, December 6, 2025
23.1 C
Bhubaneswar

ମୁମ୍ବଇରେ ୩୬ ଘଣ୍ଟା ପାଇଁ ପ୍ରବଳ ବର୍ଷା ଚେତାବନୀ ଜାରି

ମୁମ୍ବଇ : ମୁମ୍ବଇ ଓ ଏହାର ଆଖପାଖ ଅଞ୍ଚଳରେ ୪୮ ଘଣ୍ଟା ହେଲା ମୂଷଳ ଧାରାରେ ବର୍ଷା ଜାରି ରହିଛି। ଲୋକେ ଜଳବନ୍ଦୀ ହୋଇ ରହିଥିବାବେଳେ ସାଧାରଣ ଜୀବନ ଯାତ୍ରା ବ୍ୟାହତ ହୋଇଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ମୁମ୍ବଇରେ ଆସନ୍ତା ୩୬ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ରେଡ ଆଲର୍ଟ ବା ସତର୍କ ସୂଚନା ଜାରି କରିଛି। ଏହାକୁ ନେଇ ଲୋକେ ଭୟଭୀତ ହୋଇପଡିଛନ୍ତି।
ବର୍ଷା ଜଳ ନିଷ୍ପାସିତ ହୋଇପାରୁନଥିବାରୁ ମୁମ୍ବଇର ବିଭିନ୍ନ ସ୍ଥାନ ଜଳାର୍ଣ୍ଣବ ହୋଇଯାଇଛି। ଅନେକ ଅଞ୍ଚଳରେ ରାସ୍ତା ଉପରେ ଅଣ୍ଟାଏରୁ ଛାତି ଯାଏଁ ପାଣି ଚାଲୁଛି। ପାଲଘର ନିକଟ ପିଞ୍ଜାଲ ନଦୀ ଉପରେ ଥିବା ପୋଲର ଏକ ଅଂଶ ବର୍ଷା ପାଣିରେ ଧୋଇ ହୋଇଯାଇଛି। ବର୍ଷା ଯୋଗୁଁ ବଦଲାପୁର-ଅମ୍ବରନାଥ ଏବଂ ଭାସାଇ-ଭିରାର ହାଉସିଂ କଲୋନୀରେ ରହୁଥିବା ୧ ଲକ୍ଷରୁ ଊର୍ଦ୍ଧ୍ବ ଲୋକ ଘରୁ ପଦାକୁ ବାହାରି ପାରୁନାହାନ୍ତି। ବର୍ଷା ଜନିତ ଦୁର୍ଘଟଣାରେ ସୋମବାର ୫ ଜଣଙ୍କ ମୃତ୍ୟୁ ଘଟିଥିବା ଜାଣିବାକୁ ମିଳିଛି। ଅଗଷ୍ଟ ୬ରେ ରାୟଗଡ଼, ମୁମ୍ବଇ, ପୁନେର ବିଭିନ୍ନ ସ୍ଥାନ ଓ ୭ରେ ରାୟଗଡ଼, ମୁମ୍ବଇ, ପାଲଘର, ପୁନେ ଏବଂ ଥାଣେର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷା ଯୋଗୁଁ ୪ ଜିଲାର ପ୍ରଶାସନ ସୋମବାର ସ୍କୁଲ-କଲେଜ ବନ୍ଦ ରଖିବାକୁ ନିର୍ଦେଶ ଦେଇଛନ୍ତି। ସେନା ଯବାନ ଓ ଏନଡିଆରଏଫ ଦଳ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ନିୟୋଜିତ ହାଇଛନ୍ତି। ମୁମ୍ବଇଠାରୁ ୧୨୦ କିଲୋମିଟର ଦୂର ଖାରାଡି ଷ୍ଟେସନରେ କୋଣାର୍କ ଏକ୍ସପ୍ରେସ, ପଞ୍ଜାବ ମେଲ ଏବଂ ଦଦାର-ଅମୃତସର ଏକ୍ସପ୍ରେସକୁ ଅଟକାଇ ଦିଆଯାଇଛି। ଏହି ୩ ଟ୍ରେନ ବାଦ ୬ଟି ଟ୍ରେନ ଚଳାଚଳକୁ ବାତିଲ କରିଦିଆଯାଇଛି। ୨୪ଟି ଟ୍ରେନର ଗତିପଥରେ ପରିବର୍ତ୍ତନ କରାଯାଇଛି। ମୁମ୍ବଇର ମିଠି ନଦୀ ବିପଦସଂକେତ ଉପରେ ପ୍ରବାହିତ ହେଉଛି। ଫଳରେ ତଳିଆ ଅଞ୍ଚଳରୁ ୪୦୦ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ନନ୍ଦଖୁଡୀ ଗ୍ରାମ ଏବଂ ପାଲଘରରୁ ୭୩ ଜଣ ଲୋକଙ୍କୁ ହେଲିକପ୍ଟର ଯୋଗେ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ପୁନେର ଏକ ଘରୋଇ ହସ୍ପିଟାଲରେ ଫସି ରହିଥିବା ୫୦ ରୋଗୀ ଏବଂ ୧୨୦ କର୍ମଚାରୀଙ୍କୁ ଉଦ୍ଧାର କାଯାଇଛି। ବର୍ଷାରେ ମୁମ୍ବଇ ଓ ଏହାକୁ ଲାଗି ରହିଥିବା ୮ଟି ଉପନଗରର ୪୦ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ମୁମ୍ବଇର ତଟବର୍ତ୍ତୀ ଅଞ୍ଚଳରେ ୧୬ ଫୁଟ ଉଚ୍ଚାର ଜୁଆର ହେଉଛି। ନଭୀ ମୁମ୍ବଇର ଅନେକ ଅଞ୍ଚଳ ଜଳମଗ୍ନ ହୋଇ ରହିଛି। ସକାଳ ୮ଟା ସୁଦ୍ଧା ମୁମ୍ବଇର ବାନ୍ଦ୍ରାରେ ୩୭୦ ମିମି ବର୍ଷା ରେକର୍ଡ କରାଯାଇଛି।

Hot this week

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

Related Articles

Popular Categories