www.samajalive.in
Saturday, December 6, 2025
19.1 C
Bhubaneswar

ଆପଣାନ୍ତୁ ଏହି ଘରୋଇ ଉପାୟ, କେବେହେଲେ କମ୍ ହେବନି ଦୃଷ୍ଟିଶକ୍ତି

ଦୃଷ୍ଟି ଶକ୍ତି କମ୍ ହେବା ଆଜିକାଲି ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ପର୍ଯ୍ୟନ୍ତ ସମସ୍ତଙ୍କର ଏକ ମୁଖ୍ୟ ସମସ୍ୟା ପାଲଟିଛି। ଯଦ୍ବାରା ସେମାନଙ୍କୁ ଚଷମାର ସାହାଯ୍ୟ ନେବାକୁ ପଡ଼ୁଛି। ହେଲେ ଥରେ ଏହି ଚଷମା ଯଦି ଆପଣଙ୍କର ଅଭ୍ୟାସରେ ପଡ଼ିଯାଏ ତେବେ ଏହି ଅଭ୍ୟାସକୁ ଛାଡିବା ବହୁତ କଷ୍ଟକର ହୋଇପଡ଼େ। ଆଜିକାଲି ଅପରେସନ ଦ୍ବାରା ମଧ୍ୟ ଚଷମାକୁ ହଟାଯାଇପାରୁଛି। କିନ୍ତୁ ଏପରି କିଛି ସହଜ ଘରୋଇ ଉପାୟ ରହିଛି ଯାହାଦ୍ବାରା ଅପରେସନ୍ କିମ୍ବା ଚଷମାର ଆବଶ୍ୟକ ପଡ଼ିବ ନାହିଁ। କାରଣ ଏହି ଉପାୟ ଆପଣାଇବା ଦ୍ବାରା ଚକ୍ଷୁ ସୁରକ୍ଷିତ ରହିବା ସହ ଦୃଷ୍ଟିଶକ୍ତି ବୃଦ୍ଧି ପାଇଥାଏ। ଆସନ୍ତୁ ଜାଣିବା ସେହିସବୁ ଉପାୟ ବିଷୟରେ –

-ଆଖିରୁ ଚଷମା ହଟାଇବା ପାଇଁ ତଥା ଦୃଷ୍ଟିଶକ୍ତି ବୃଦ୍ଧି ପାଇଁ ଭିଟାମିନ-ଇ ବହୁତ ଆବଶ୍ୟକ ହୋଇଥାଏ। ତେଣୁ ଭିଟାମିନ-ଇ ଯୁକ୍ତ ଖାଦ୍ୟ ଅଧିକ ଖାଆନ୍ତୁ।
-ଶୋଇବା ପୂର୍ବରୁ ପାଦକୁ ସଫା ପାଣିରେ ଧୋଇ ପାଦ ତଳେ ସୋରିଷ ତେଲ ମାଲିସ କରିବା ଦ୍ବାରା ଦୃଷ୍ଟିଶକ୍ତି ଖୁବଶୀଘ୍ର ବଢ଼ିଥାଏ।
-ଦୈନିକ ସକାଳୁ ସବୁଜ ଘାସ ଉପରେ ଚାଲିବା ଦ୍ବାରା ଚଷମା ପିନ୍ଧିବାର ଆବଶ୍ୟକତା ପଡ଼ିବ ନାହିଁ। ଏହାଦ୍ବାରା ଦୃଷ୍ଟିଶକ୍ତି ତୀବ୍ର ହୋଇଥାଏ।
-ଗୋଲାପ ପତ୍ରକୁ ଏକ ଗ୍ଲାସ ପାଣିରେ ଭିଜାଇ ରଖିଦିଅନ୍ତୁ। ତା’ପରେ ସେହି ଗୋଲାପ ଜଳକୁ ଆଖିରେ ପକାଇବା ମଧ୍ୟ ଚକ୍ଷୁ ପାଇଁ ଲାଭଦାୟକ ହୋଇଥାଏ।
-ଗାଜର ଖାଇବା ଦ୍ବାରା ମଧ୍ୟ ଦୃଷ୍ଟିଶକ୍ତି ବଢ଼ିଥାଏ। ଗାଜର ଓ ବିଟ୍ ଜୁସ୍ ପିଇବା ଦ୍ବାରା ଶରୀରରେ ଆଇରନର ଅଭାବ ହୋଇ ନ ଥାଏ। ଫଳରେ ଚଷମାର ଆବଶ୍ୟକତା ପଡ଼େନାହିଁ।
-ଛୋଟ ଅଳେଇଚକୁ ପେଶୀ ଏକ ଚାମଚ କ୍ଷୀର ସହିତ ମିଶାଇ ରାତିରେ ଶୋଇବା ପୂର୍ବରୁ ସେବନ କରନ୍ତୁ। ଏହାଦ୍ବାରା ଦୃଷ୍ଟିଶକ୍ତି ପ୍ରଖର ହୋଇଥାଏ।
-ଆଖି ପାଇଁ ତ୍ରିଫଳା ବହୁତ ଲାଭକାରୀ ହୋଇଥାଏ। ରାତିରେ ଶୋଇାବ ପୂର୍ବରୁ ତ୍ରିଫଳାକୁ ପାଣିରେ ଭିଜାଇ ସକାଳୁ ଏହି ପାଣିରେ ମୁହଁ ଧୋଇ ଦିଅନ୍ତୁ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories