www.samajalive.in
Sunday, December 7, 2025
23.1 C
Bhubaneswar

ଏନଟିପିସିର ଆଉ ଏକ ୟୁନିଟ ବନ୍ଦ, ବିଦ୍ୟୁତ ଉତ୍ପାଦନ ହ୍ରାସ

ଅନୁଗୁଳ : ଅନୁଗୁଳ ଜିଲା କଣିହାଁରେ ଥିବା ଏନଟିପିସି ପ୍ରକଳ୍ପରେ କୋଇଲା ସଙ୍କଟ ଦେଖାଦେଇଛି। ଫଳରେ କମ୍ପାନୀର ଆଉ ଏକ ୟୁନିଟ ଶନିବାର ବନ୍ଦ କରାଯାଇଛି। ଗତ ୪ ଦିନ ତଳେ ୩ଟି ୟୁନିଟ ବନ୍ଦ କରାଯାଇଥିଲା। ବିଦ୍ୟୁତ ଉତ୍ପାଦନ ପାଇଁ ଆବଶ୍ୟକୀୟ କୋଇଲାର ଅଭାବ ଦେଖା ଦେବା କାରଣରୁ କମ୍ପାନୀ ବାଧ୍ୟ ବଶତଃ ଗୋଟିଏ ପରେ ଗୋଟିଏ ୟୁନିଟ ବନ୍ଦ କରୁଛି। ମୋଟ ୬ଟି ୟୁନିଟରୁ ମାତ୍ର ୨ଟି ୟୁନିଟ କାର୍ଯ୍ୟକ୍ଷମ ରହିଛି। ଏଠାରେ ମୋଟ ୬ଟି ୟୁନିଟରୁ ୩ ହଜାର ମେଗାୱାଟ ବିଦ୍ୟୁତ ଉତ୍ପାଦନ ହେଉଥିବା ବେଳେ ଏବେ ଏହା ୧୦୦୦ ୟୁନିଟକୁ ଖସି ଆସିଛି। ଫଳରେ ବିଦ୍ୟୁତ ଉତ୍ପାଦନ ହ୍ରାସ ପାଇଛି। ସୂଚନା ଅନୁଯାୟୀ, ଭରତପୁର କୋଇଲା ଖଣିରେ ଦୁର୍ଘଟଣା ଘଟିବା ପରେ ଅନେକ ଖଣି ବନ୍ଦ ରହିଛି। ଫଳରେ କୋଇଲା ସଙ୍କଟ କମ୍ପାନୀ କର୍ତ୍ତୁପକ୍ଷଙ୍କ ପାଇଁ ଏକ ବିରାଟ ସମସ୍ୟା ପାଲଟିଛି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories