www.samajalive.in
Wednesday, December 10, 2025
23.1 C
Bhubaneswar

୧୦ଭାଗ ଅଧିକ ଶୁଳ୍କ ଲାଗୁ କଲା ଆମେରିକା

ନୂଆଦିଲ୍ଲୀ: ଚୀନ୍‍ରୁ ଆମଦାନୀ ହେଉଥିବା ୩୦ ହଜାର କୋଟି ଡଲାର ମୂଲ୍ୟର ସାମଗ୍ରୀ ଉପରେ ଆଉ ଅତିରିକ୍ତ ଶତକଡ଼ା ୧୦ ଭାଗ ଶୁଳ୍କ ଲାଗୁ କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍‍ଡ୍‍ ଟ୍ରମ୍ପ୍‍ ଘୋଷଣା କରିଛନ୍ତି। ଚୀନ୍‍ ବାଣିଜ୍ୟ ବୁଝାମଣାରେ ଉପନୀତ ହେବା ପାଇଁ ଇଚ୍ଛା ପ୍ରକାଶ କରୁ ନାହିଁ ଓ ଆମେରିକାରୁ ଅଧିକ କୃଷିଜାତ ପଦାର୍ଥ କ୍ରୟ କରିବାକୁ ଦେଇଥିବା ପ୍ରତିଶ୍ରୁତିର ପାଳନ କରୁ ନାହିଁ ବୋଲି ଟ୍ରମ୍ପ୍‍ ଦୋଷାରୋପ କରିଛନ୍ତି।

ସେ ଟ୍ୱିଟ୍‍ କରି ସେ କହିଛନ୍ତି, ୨୫ ହଜାର କୋଟି ଡଲାର ମୂଲ୍ୟର ସାମଗ୍ରୀ ଉପରେ ଶତକଡ଼ା ୨୫ ଭାଗ ଶୁଳ୍ପ ବ୍ୟତୀତ ଏହି ଶତକଡ଼ା ୧୦ ଭାଗ ଅତିରିକ୍ତ ଶୁଳ୍କ ଆସନ୍ତାମାସ ପହିଲାରୁ ଲାଗୁ ହେବ। ଚୀନ୍‍ ସହିତ ସର୍ବଶେଷ ବାଣିଜ୍ୟ କଥାବାର୍ତ୍ତା କରିସାରି ଆମେରିକା ବାଣିଜ୍ୟ ପ୍ରତିନିଧି ରବର୍ଟ ଲାଇଜର୍‍ ଓ ଅର୍ଥମନ୍ତ୍ରୀ ଷ୍ଟିଭେନ୍‍ ମୁଁଚିନ୍‍ ଫେରିବା ପରେ ଏହି ଘୋଷଣା କରାଯାଇଛି। ଟ୍ରମ୍ପ କହିଛନ୍ତି, ଏ ନେଇ ବ୍ୟବସାୟୀମାନଙ୍କ କଟୁ ମନ୍ତବ୍ୟ କୌଣସି ପ୍ରଭାବ ପକାଇବା ନାହିଁ।

Hot this week

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

Related Articles

Popular Categories