www.samajalive.in
Saturday, December 13, 2025
23.1 C
Bhubaneswar

ଉନ୍ନାଓ ପୀଡ଼ିତାଙ୍କ ପରିବାର ଚାହିଁଲେ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସ ଆସିପାରିବେ

ନୂଆଦିଲ୍ଲୀ: ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ ପରିବାର ଚାହିଁଲେ ପୀଡ଼ିତାଙ୍କୁ ଲକ୍ଷ୍ନୌରୁ ଦିଲ୍ଲୀ ଏମ୍ସକୁ ଅଧିକ ଚିକିତ୍ସା ପାଇଁ ଆଣିପାରିବେ। ପରିବବର୍ଗଙ୍କ ଉପରେ ନିଷ୍ପତ୍ତି ଛାଡିଛନ୍ତି ସୁପ୍ରିମକୋର୍ଟ। ଶୁକ୍ରବାର ଏହି ମାମଲାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା ଯେତେବେଳେ ଆଇନଜୀବୀ ବି. ଗିରି କହିଥିଲେ ଯେ ବର୍ତ୍ତମାନ ପୀଡିତା ବେହୋସ ଅଛନ୍ତି ଏବଂ ବିଶେଷ ଶ୍ୱାସକ୍ରିୟା ପ୍ରକ୍ରିୟା ମାଧ୍ୟମରେ ତାଙ୍କର ଚିକିତ୍ସା କରାଯାଉଛି ଯାହା ଫଳରେ ପୀଡ଼ିତାଙ୍କୁ ଦିଲ୍ଲୀ ଆଣିବା ସମ୍ଭବ ନୁହେଁ। ପୀଡ଼ିତାଙ୍କ ସମ୍ପର୍କୀୟ ମଧ୍ୟ ଲକ୍ଷ୍ନୌରେ ଚିକିତ୍ସା କରିବା ସପକ୍ଷରେ ମତ ରଖିଛନ୍ତି ବୋଲି ସେ କହିଛନ୍ତି।

ନ୍ୟାୟାଳୟଙ୍କୁ ଏକଥା ମଧ୍ୟ ଅବଗତ କରାଯାଇଛି, ପୀଡ଼ିତାଙ୍କ ସହ ଥିବା ତାଙ୍କ ଓକିଲଙ୍କୁ ଯଦିଓ ଭେଣ୍ଟିଲେଟରରେ ରଖାଯାଇଛି କିନ୍ତୁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତେବେ ପୀଡିତା ଏବଂ ତାଙ୍କ ଓକିଲ ଯେକୌଣସି ସମୟରେ ଚାହିଁଲେ ଦିଲ୍ଲୀ ଏମ୍ସକୁ ଆସିପାରିବେ। ସର୍ବୋଚ୍ଚ ଅଦାଲତ ପୀଡ଼ିତାଙ୍କ ଦାଦାଙ୍କୁ ରାୟବରେଲୀ ଜେଲରୁ ତିହାର ଜେଲକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗଣମାଧ୍ୟମକୁ ନିର୍ଦ୍ଦେଶ ଜାରି କରି ଉନାଓ ଦୁଷ୍କର୍ମ ପୀଡ଼ିତାଙ୍କ ପରିଚୟ ପ୍ରଚାର ପ୍ରସାର ନ କରିବାକୁ କହିଛନ୍ତି। ଏହି ମାମଲାର ପରବର୍ତ୍ତ ଶୁଣାଣି ସୋମବାର ଦିନ କରାଯିବ ।

Hot this week

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

Related Articles

Popular Categories