ଆମଷ୍ଟରଡାମ : ନେଦରଲ୍ୟାଣ୍ଡ ବୁର୍ଖା ପରିଧାନକୁ ନିଷେଧ କରିଛି। ନେଦରଲ୍ୟାଣ୍ଡସରେ ଏଥିପାଇଁ ଏକ ଆଇନ ପ୍ରଣୟନ କରାଯାଇଛି, ଯାହା ଅନୁସାରେ ସର୍ବସାଧାରଣ ସ୍ଥାନ, ପରିବହନ ଓ ଅନ୍ୟାନ୍ୟ ସ୍ଥାନରେ ବୁର୍ଖା ପରିଧାନ ଉପରେ ନିଷେଧାଜ୍ଞା ଲାଗୁ କରାଯାଇଛି। ଏହି ୟୁରୋପୀୟ ଦେଶରେ ଅନେକ ମହିଳା ବୁର୍ଖା ପରିଧାନ କରିଥା’ନ୍ତି। ନେଦରଲ୍ୟାଣ୍ଡର ମୋଟ ଜନସଂଖ୍ୟା ହେଉଛି ୧୭ ନିୟୁତ। ପ୍ରାୟ ଏକ ଦଶନ୍ଧିର ରାଜନୈତିକ ବିତର୍କ ପରେ ଏହି ବିବାଦୀୟ ଆଇନ ସେଠାରେ ପ୍ରଣୟନ କରାଯାଇଛି। ବୁର୍ଖା ପରିଧାନ ସମେତ ସମ୍ପୂର୍ଣ୍ଣ ମୁଖକୁ ଘୋଡ଼ାଇ ରଖୁଥିବା ହେଲ୍ମେଟ୍ କିମ୍ବା ଅନ୍ୟ କୌଣସି ମୁଖା ପରିଧାନକୁ ମଧ୍ୟ ଏହି ଆଇନରେ ନିଷେଧ ଘୋଷଣା କରାଯାଇଛି।
ନେଦରଲ୍ୟାଣ୍ଡ୍ସ୍ ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ଗୁରୁବାର ଏକ ବିବୃତ୍ତିରେ କହିଛି, ବର୍ତ୍ତମାନଠାରୁ ଏହି ଆଇନ ଅନୁସାରେ ସର୍ବସାଧାରଣ ସ୍ଥାନ, ଶିକ୍ଷାନୁଷ୍ଠାନ, ହସ୍ପିଟାଲ୍ ଓ ସର୍ବସାଧାରଣ ପରିବହନ ସ୍ଥାନଗୁଡ଼ିକରେ ବୁର୍ଖା ପରିଧାନକୁ ନିଷେଧ କରାଗଲା। ତେବେ ରାସ୍ତାରେ ମୁହଁ ଘେଡେଇ ହୋଇ ଯାଉଥିବା ମହିଳାଙ୍କ ପାଇଁ ଏହା ଲାଗୁ ହେବ ନାହିଁ। ଅନ୍ୟପକ୍ଷରେ ସର୍ବସାଧାରଣ ସ୍ଥାନ, ଶିକ୍ଷାନୁଷ୍ଠାନ, ହସ୍ପିଟାଲ୍ ଓ ସର୍ବସାଧାରଣ ପରିବହନରେ ବୁର୍ଖା ପରିଧାନ କଲେ ୧୫୦ ୟୁରୋ ଜରିମାନା ଦେବାକୁ ପଡିବ।
ନେଦରଲ୍ୟାଣ୍ଡରେ ବୁର୍ଖା ପରିଧାନ ନେଇ ଲାଗୁ ହେଲା ନିଷେଧାଜ୍ଞା
Popular Categories



