www.samajalive.in
Saturday, December 13, 2025
26.1 C
Bhubaneswar

ଦ୍ରୁତ ଗତିରେ କମୁଛି ରାଜ୍ୟରେ ବାଘ ସଂଖ୍ୟା; ସାତକୋଶିଆରେ ମାତ୍ର ଗୋଟିଏ

ଭୁବନେଶ୍ୱର : ଓଡିଶାର ସାତକୋଶିଆ ଅଭୟାରଣ୍ୟ ଏକ ହଜାର ବର୍ଗ କିମି ହୋଇଥିବା ବେଳେ ମାତ୍ର ଗୋଟିଏ ବାଘ ସେଠାରେ ରହିଛି । ଅନ୍ୟପକ୍ଷରେ ମଧ୍ୟପ୍ରଦେଶ ଅଭୟାରଣ୍ୟରୁ ଆସିଥିବା ବାଘୁଣୀ ସୁନ୍ଦରୀ ପ୍ରାୟ ଦୁଇ ମାସରୁ ଅଧିକ ସମୟ ହେବ ଏନକ୍ଲୋଜର ମଧ୍ୟରେ ରହିଛି । ଆନ୍ତର୍ଜାତିକ ବ୍ୟାଘ୍ର ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସର୍ବ ଭାରତୀୟ ବ୍ୟାଘ୍ର ସର୍ବେକ୍ଷଣ ରିପୋର୍ଟ ୨୦୧୮ ଉନ୍ମୋଚନ କରି କହିଛନ୍ତି, ବାଘ ସଂରକ୍ଷଣ ଦିଗରେ ସରକାର ସବୁ ପ୍ରକାର ଉଦ୍ୟମ କରିବେ। ସେ କହିଛନ୍ତି, ବ୍ୟାଘ୍ର ଗଣନା ଫଳାଫଳ ପ୍ରତ୍ୟେକ ଭାରତୀୟ ଏବଂ ପ୍ରକୃତି ପ୍ରେମୀଙ୍କ ମନରେ ଆନନ୍ଦ ଦେଇଛି। ୨୦୧୨ ସୁଦ୍ଧା ବାଘ ସଂଖ୍ୟା ଦୁଇ ଗୁଣ କରିବା ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ଚାରି ବର୍ଷ ପୂର୍ବରୁ ସେହି ଲକ୍ଷ୍ୟ ପୂରଣ ହୋଇଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଛନ୍ତି ।

ଦେଶରେ ୨୯୬୭ ବାଘ ରହିଥିବା ଓଡିଶାରେ ସଂଖ୍ୟା ୪୫ରୁ ହ୍ରାସ ପାଇ ୨୮ରେ ପହଞ୍ଚିଛି । ଓଡିଶାରେ ୨୦୦୬ରେ ୪୨ଟି ବାଘ ଥିବା ବେଳେ ତାହା ହ୍ରାସ ପାଇ ୨୦୧୦ରେ ୩୨ରେ ପହଞ୍ଚିଛି । ୨୦୧୪ରେ ବାଘ ସଂଖ୍ୟା ହ୍ରାସ ପାଇ ୨୮ରେ ପହଞ୍ଚିଛି । ୨୦୧୮ରେ ବାଘ ସଂଖ୍ୟା ସମାନ ଥିଲା। ଏହା ସହ ସୁନ୍ଦରଗଡ଼ର ହେମଗିରି ଜଙ୍ଗଲ, ହୀରାକୁଦର ଦେବ୍ରିଗଡ଼ ଅଭୟାରଣ୍ୟ ଓ ରାୟଗଡ଼ାର ମୁନିଗୁଡ଼ା ଜଙ୍ଗଲ ତିନିଟିରେ ମହାବଳ ବାଘ ବିଚରଣ କରୁଥିବା କ୍ୟାମେରାରେ କଏଦ୍ ହୋଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories