www.samajalive.in
Friday, December 5, 2025
17.1 C
Bhubaneswar

ପ୍ରବଳ ବର୍ଷା ଯୋଗୁଁ ମାଲକାନଗିରିରେ ଦୁଇ ଦିନ ସ୍କୁଲ ବନ୍ଦ

ମାଲକାନଗିରି: ଆଜି ଓ ଆସନ୍ତା କାଲି (ଶୁକ୍ରବାର, ଶନିବାର) ଦୁଇ ଦିନ ମାଲକାନଗିରି ଜିଲାର ସମସ୍ତ ବିଦ୍ୟାଳୟ ବନ୍ଦ ରହିବ ବୋଲି ଘୋଷଣା ହୋଇଛି । ପ୍ରବଳ ବର୍ଷା ଓ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ସୂଚନାଯୋଗ୍ୟ, ଗୁରୁବାର ରାତି ଠାରୁ ମାଲକାନଗିରି ଜିଲାରେ ପ୍ରବଳ ବର୍ଷା ଯୋଗୁଁ ଅସ୍ଥାୟୀ ପୋଲ ଉପରେ ବିପଦ ସଂକୁଳ ଅବସ୍ଥାରେ ପାଣି ପ୍ରବାହିତ ହେଉଛି। ସେଥିପାଇଁ ଖଇରପୁଟ ବ୍ଲକ ସଦର ପଞ୍ଚାୟତର ୩ ଖଣ୍ଡ ଗ୍ରାମ ମାଝିଗୁଡା,କେନ୍ଦୁଗୁଡା ଓ ଗମ୍ଭାରୀଭଟ୍ଟା ବାହ୍ୟ ଜଗତରୁ ବିଛିନ୍ନ ହୋଇ ଯାଇଛି। କିଛି ଗ୍ରାମବାସୀ ବନ୍ୟା ଜଳରେ ଫସି ଯାଇଥିବାରୁ ବିପଦ ସଂକୁଳ ଅବସ୍ଥାରେ ଯାତାୟତ କରୁଥିବା ଦେଖିବାକୁ ମିଳିଛି। କିନ୍ତୁ ସେହି ସ୍ଥାନରେ ପ୍ରଶାସନ ତରଫରୁ କୌଣସି ଅଧିକାରୀ, ପୁଲିସ ଏବଂ ଅଗ୍ନିଶମ କର୍ମଚାରୀ ପହଞ୍ଚି ନାହାନ୍ତି ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

Related Articles

Popular Categories