www.samajalive.in
Saturday, December 6, 2025
14.1 C
Bhubaneswar

ସାମ୍ବାଦିକ ରବିଶ କୁମାରଙ୍କୁ ‘ରମନ ମାଗାସେସେ ଆୱାର୍ଡ’

ନୂଆଦିଲ୍ଲୀ : ସାମ୍ବାଦିକ ଜଗତରେ ନିଜର ଭିନ୍ନ ପରିଚୟ ସୃଷ୍ଟି କରିଥିବା ଏନଡିଟିଭି ଇଣ୍ଡିଆର ମୁଖ୍ୟ ପରିଚାଳନା ସମ୍ପାଦକ ରବିଶ କୁମାରଙ୍କୁ ୨୦୧୯ ବର୍ଷ ପାଇଁ ସମ୍ମାନଜନକ ‘ରମନ ମାଗାସେସେ ଆୱାର୍ଡ’ରେ ସମ୍ମାନିତ କରାଯାଇଛି। ହିନ୍ଦୀ ଟିଭି ସାମ୍ବାଦିକତାରେ ଉଲ୍ଲେଖନୀୟ ଯୋଗଦାନ ସହ ନିସହାୟ ଓ ଅସହାୟ (ସ୍ୱରହୀନ)ଙ୍କ ପାଇଁ ସ୍ୱର ହୋଇଥିବାରୁ ରବିଶଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।

ଷଷ୍ଠ ସାମ୍ବାଦିକ ଭାବେ ରବିଶ କୁମାର ଏହି ପୁରସ୍କାର ବିଜେତା ହୋଇଛନ୍ତି। ଏହା ପୂର୍ବରୁ ଅମିତାଭ ଚୌଧୁରୀ (୧୯୬୧), ବିଜି ଭର୍ଗିଜ (୧୯୭୫), ଅରଣୁ ଶୌରୀ (୧୯୮୨), ଆରକେ ଲକ୍ଷ୍ମଣ (୧୯୮୪) ଏବଂ ପି ସାଇନାଥ (୨୦୦୭)ଙ୍କୁ ଏହି ପୁରସ୍କାର ମିଳିଛି। ଏସିଆର ନୋବେଲ ପୁରସ୍କାର ଭାବେ ପରିଚିତ ‘ରମନ ମାଗାସେସେ ଆୱାର୍ଡ’ରେ ଚଳିତ ବର୍ଷ ୫ ଜଣଙ୍କୁ ସମ୍ମାନିତ କରାଯାଇଛି। ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏସିଆର ସଂସ୍ଥା ଏବଂ ବ୍ୟକ୍ତିବିଶେଷଙ୍କୁ ରମନ ମାଗାସେସେ ଆୱାର୍ଡ ପ୍ରଦାନ କରାଯାଇଥାଏ। ଫିଲିପିନ୍ସର ପୂର୍ବତନ ରାଷ୍ଟ୍ରପତି ରମନ ମାଗାସେସେଙ୍କ ସ୍ମୃତିରେ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଉଛି। ରବିଶଙ୍କ ବ୍ୟତୀତ ମିଅାଁମାରର ସାମ୍ବାଦିକ କୋ ସ୍ୱି ୱିନ, ଥାଇଲାଣ୍ଡର ମାନବାଧିକାର କର୍ମୀ ଅଙ୍ଗଖାନା ନୀଲାପାଜିତ, ଫିଲିପାଇନ୍ସର ସଂଗୀତଜ୍ଞ ରାୟମୁଣ୍ଡୋ ପୁଜାଣ୍ଟେ କାୟାବୟାବ ଏବଂ ଦକ୍ଷିଣ କୋରିଆର ମାନସିକ ରୋଗଗ୍ରସ୍ତ ଲୋକଙ୍କ ପାଇଁ କାର୍ଯ୍ୟ କରୁଥିବା କିମ ଜୋଙ୍ଗ କି’ଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories