www.samajalive.in
Sunday, December 7, 2025
18.1 C
Bhubaneswar

ଟ୍ରକ ଧକ୍କାରେ ୨ ବାଇକ୍ ଆରୋହୀ ଗୁରୁତର

କଲମପୁର : କଳାହାଣ୍ଡି ଜିଲା କଲମପୁର କୋଟାଗାଁ ମୁଖ୍ୟ ରାସ୍ତାର ମଣ୍ଡଳ ମଣ୍ଡି ନିକଟରେ ଏକ ସାର ବୋଝେଇ ଟ୍ରକ ଓ ବାଇକ୍ ମଧ୍ୟରେ ଧକ୍କା ହେବା ଫଳରେ ଦୁଇ ବାଇକ୍ ଆରୋହୀ ଗୁରୁତର ହୋଇଥିବା ଜଣାପଡ଼ିଛି।
ପ୍ରାପ୍ତ ସୁଚନା ଅନୁସାରେ, ନୁଆଗାଁର ହୃଷିକେଶ ସାହୁ(୩୩) ଓ ଭଗବାନ ସାହୁ(୪୮) ଏକ ମଟରସାଇକଲରେ ମଣ୍ଡଳ ଠାରେ ଥିବା ସାପ୍ତାହିକ ବଜାରକୁ ଯାଉଥିଲେ। ଏହି ସମୟରେ ସେହି ରାସ୍ତାରେ ଏକ ସାର ବୋଝେଇ ଟ୍ରକ ଜୁନାଗଡ ପଟରୁ ମିନଗୁର ପଞ୍ଚାୟତ ଅଧିନସ୍ଥ ଭଇଁରୀ ଗ୍ରାମକୁ ଯାଉଥିଲା। ଉକ୍ତ ଟ୍ରକକୁ ସାଇଡ ମାଗିବା ପାଇଁ ବାଇକ ଚାଳକ ହର୍ଣ୍ଣ ବଜାଇଥିଲେ। ଏହି ସମୟରେ ଟ୍ରକ ଚାଳକ ଗାଡି ଗତିକୁ କମାଇବା ସହ ପ୍ରଥମେ ବାମ ଓ ପରବର୍ତ୍ତି ସମୟରେ ହଠାତ୍ ଡାହାଣକୁ ମୋଡି ଦେଇଥିଲା। ଯାହାଫଳରେ ପଛରେ ଥିବା ବାଇକ୍ ଆରୋହୀ ନିଜ ବାଇକ୍ ଉପରୁ ନିୟନ୍ତ୍ରଣ ହରାଇ ଟ୍ରକ ସହିତ ଧକ୍କା ହୋଇଥିଲା ବୋଲି କିଛି ପ୍ରତ୍ୟକ୍ଷ ଦର୍ଶୀ ସୂଚନା ଦେଇଛନ୍ତି। ଯାହା ଫଳରେ ବାଇକ୍‍ ଆରୋହୀ ଦୁଇ ଜଣ ଛିଟିକି ହୋଇ ପଡିଥିଲେ। ହୃଷିକେଶର ଛାତି ଏବଂ ମୁଣ୍ଡରେ ମାଡ ହୋଇଥିବା ବେଳେ ଭଗବାନ ମଧ୍ୟ ଗୁରୁତର ହୋଇ ପଡିଥିଲେ। ଘଟଣା ସ୍ଥଳରେ ପରିବାର ଲୋକ ପହଞ୍ଚି ଉଭୟଙ୍କୁ ପ୍ରଥମେ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରବର୍ତ୍ତି ସମୟରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ। କିନ୍ତୁ ହୃଷିକେଶର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରୁ ବୁର୍ଲା ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ଭଗବାନଙ୍କୁ ଭବାନିପାଟଣା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିବା ପୀଡିତଙ୍କ ସମ୍ପର୍କୀୟଙ୍କ ସୁତ୍ରରୁ ପ୍ରକାଶ। ଦୁର୍ଘଟଣାସ୍ଥଳରୁ ଟ୍ରକ ଚାଳକ ଫେରାର ମାରିଥିବା ବେଳେ ସାର ବୋଝେଇ ହେଇଥିବା ଟ୍ରକ ଓ ବାଇକକୁ ପୁଲିସ ଜବତ କରିଥିବା ବଡକୁଟୃ ଫାଣ୍ଡି ଅଧିକାରୀ କୃତିବାସ ପୁଝାରୀ ସୁଚନା ଦେଇଛନ୍ତି।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories