www.samajalive.in
Friday, December 12, 2025
16.1 C
Bhubaneswar

କଟକ ଟ୍ରିପଲ ମର୍ଡର: ହତ୍ୟାକାଣ୍ଡ ଦିନ ଗାଁରେ ଥିଲା ନାରାୟଣ

ନୟାଗଡ଼: କଟକ ଟ୍ରିପଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତ ନାରାୟଣ ସାହୁ ହତ୍ୟାକାରୀ ନୁହନ୍ତି। ପୁଲିସ ତାଙ୍କୁ ଅଯଥାରେ ଫସାଇବାକୁ ଉଦ୍ୟମ କରୁଛି। ୨୩ ତାରିଖ ସଂଧ୍ୟାରୁ ୨୮ ତାରିଖ ପର୍ଯ୍ୟନ୍ତ ନାରାୟଣ ଗାଁରେ ରହିଥିବା ସ୍ତ୍ରୀ ଗୀତାଞ୍ଜଳି ଦାବି କରିଛନ୍ତି। ନିଜର ଅପାରଗତା ଲୁଚାଇବାକୁ ପୁଲିସ ତାଙ୍କ ସ୍ବାମୀଙ୍କୁ ଗ୍ରାମରୁ ଉଠାଇ ନେଇଛି। ତାଙ୍କ ସ୍ୱାମୀ ଏହି ହତ୍ୟାକାଣ୍ଡ କରିନାହାନ୍ତି ବୋଲି ସ୍ତ୍ରୀ ଗୀତାଞ୍ଜଳି ସାହୁ ଏବଂ ବାପା ଦୟାନିଧି ସାହୁ
ବୁଧବାର ନୟାଗଡ଼ ଏସପି ଶଶିଭୂଷଣ ଶତପଥୀଙ୍କୁ ଭେଟି ଏଭଳି ଦାବି କରିଛନ୍ତି। ବୁଧବାର ସୁନାମୁହିଁ ଗ୍ରାମବାସୀ ଓ ନାରାୟଣଙ୍କ ବାପା, ସ୍ତ୍ରୀ ଗୀତାଞ୍ଜଳି ପୂରା ପରିବାର ଜିଲା ପୁଲିସ ମୁଖ୍ୟାଳୟକୁ ଆସି ତାଙ୍କ ସ୍ୱାମୀଙ୍କୁ ଅଯଥାରେ ଫସାଇ ଦିଆଯାଇଛି ବୋଲି ପାଲଟା ଅଭିଯୋଗ କରିଛନ୍ତି।
ଗୀତାଞ୍ଜଳିଙ୍କ କହିବା ଅନୁଯାୟୀ ବାତ୍ୟା ଫଣି ସମୟରେ ନାରାୟଣ ପାଗଳ ଭଳି ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନା ନିଆଯାଇଥିଲା। ସେ ମେଡିକାଲ ପାଖରୁ କୁଆଡେ ନିଖୋଜ ହୋଇଯାଇଥିଲେ। ଗତ ୨୨ ତାରିଖରେ ସେ ଭୁବନେଶ୍ୱରରେ ଥିବା ତାଙ୍କ ଭଉଣୀ ଘରକୁ ଯାଇଥିଲେ। ୨୩ ତାରିଖରେ ତାଙ୍କ ଭଉଣୀ ପ୍ୟାଣ୍ଟ ସାର୍ଟ ସହ ୨୦୦ ଟଙ୍କାଦେଇ ତାଙ୍କୁ ଘରକୁ ପଠାଇ ଦେଇଥିଲେ। ୨୩ ତାରିଖ ସଂଧ୍ୟାରେ ସେ ଗ୍ରାମରେ ପହଞ୍ଚିଥିଲେ ଏବଂ ସେହିଦିନ ଠାରୁ ୨୮ ତାରିଖ ପର୍ଯ୍ୟନ୍ତ ସେ ଗାଁରେ ଥିବା ଏସପିଙ୍କୁ ଭେଟିବାକୁ ଯାଇଥିବା ଗ୍ରାମବାସୀ କହିଛନ୍ତି। ପୁଲିସ ଅଚାନକ ଏଠାରେ ପହଞ୍ଚି ତାଙ୍କୁ ଗିରଫକରି ଏଭଳି ଆରୋପ ଲଗାଇଛି ବୋଲି ଗୀତାଞ୍ଜଳି ଅଭିଯୋଗ କରିଛନ୍ତି। ନାରାୟଣ ୨ ବର୍ଷ ଧରି ପାଗଳ ହୋଇ ବୁଲୁଥିଲେ ମଧ୍ୟ ଗ୍ରାମରେ କାହାର କିଛି କ୍ଷତି କରିନାହାନ୍ତି ବୋଲି ସେ କହିଛନ୍ତି।
ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା କୁମ୍ପାପଡ଼ା ଗ୍ରାମରେ କରିଥିବା ଘରର ମୂଲ୍ୟ ପ୍ରାୟ ୧୮ଲକ୍ଷ ଟଙ୍କା ହୋଇଥିଲାବେଳେ ଏହାକୁ ସେ ୭ଲକ୍ଷ ଟଙ୍କାରେ ରାମଚନ୍ଦ୍ର ପାତ୍ରଙ୍କୁ ବନ୍ଧା ଦେଇଥିଲେ। ତେବେ ରାମଚନ୍ଦ୍ର ତାଙ୍କ ସ୍ୱାମୀଙ୍କୁ ମାତ୍ର ୩ଲକ୍ଷ ଦେଇ ଜୋରଜବରଦସ୍ତ ଏହି ଘରକୁ ନିଜ ନାମରେ ରେଜିଷ୍ଟ୍ରି କରାଇ ନେଇଥିଲେ। ଏହି ଘଟଣା ନାରାୟଣଙ୍କୁ ଖୁବ୍‌ ଆଘାତ ଦେଇଥିଲା। ପରବର୍ତ୍ତୀ ସମୟରେ ସେ ମାନସିକ ସନ୍ତୁଳନ ହରାଇଥିଲେ ବୋଲି ଗୀତାଞ୍ଜଳି କହିଛନ୍ତି। ତାଙ୍କ ସ୍ୱାମୀଙ୍କର କୌଣସି ରୋଜଗାର ନ ଥିବାରୁ ସେ ଏବଂ ତାଙ୍କର ୨ଟି ପିଲା ବୃଦ୍ଧ ଶ୍ୱଶୁରଙ୍କ ଉପରେ ବୋଝ ନ ହୋଇ ବାପଘର ମହିପୁରକୁ ଚାଲିଯାଇଥିଲେ ବୋଲି ସେ କହିଛନ୍ତି। ତାଙ୍କ ସ୍ୱାମୀ ନାରାୟଣଙ୍କର ମାନସିକ ଅବସ୍ଥା ଭଲ ନ ଥିଲା; ମାତ୍ର କଟକରେ ଘଟିଥିବା ହତ୍ୟାକାଣ୍ଡରେ ସମ୍ପୃକ୍ତ ନାହାନ୍ତି ବୋଲି ଗୀତାଞ୍ଜଳି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। କଟକ ପୁଲିସ ସିସିଟିଭି ଫୁଟେଜ ସାର୍ବଜନୀନ କରିବାକୁ ସେ ଦାବି କରିଛନ୍ତି। ସଠିକ ଭାବେ ତଦନ୍ତ କରିବା ସହ ନିର୍ଦୋଷ ନାରାୟଣଙ୍କୁ ମୁକ୍ତ କରିବାକୁ ଦାବି କରିଛନ୍ତି। ତେବେ ଏହି ଅଭିଯୋଗ ସମ୍ପର୍କରେ ସେ କଟକ ଏସପିଙ୍କୁ ଜଣାଇବେ ବୋଲି ଜିଲା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଦିଲୀପ ସାହାଣୀ ସୂଚନା ଦେଇଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories