www.samajalive.in
Friday, December 12, 2025
16.1 C
Bhubaneswar

ଆମେରିକୀୟ ଅଧିକାରୀଙ୍କ ଦାବି; ଲାଡେନର ପୁଅ ହମ୍‌ଜା ଜୀବିତ ନାହିଁ

ନୂଆଦିଲ୍ଲୀ: କୁଖ୍ୟାତ ଆତଙ୍କବାଦୀ ଓସାମା ବିନ୍‌ ଲାଡେନର ପୁଅ ହମ୍‌ଜା ବିନ୍‌ ଲାଡେନର ମୃତ୍ୟୁ ହୋଇସାରିଛି। ଆମେରିକାର ୩ଜଣ ଅଧିକାରୀ ଏହି ଦାବି କରିଛନ୍ତି। ସେମାନଙ୍କ ବିବୃତିକୁ ନେଇ ଗଣମାଧ୍ୟମରେ ଏକ ରିପୋର୍ଟ ପ୍ରକାଶ ପାଇଛି। ଓସାମାର ପୁଅ ହମଜା ବିନ୍‌ ଲାଡେନ ଜୀବିତ ନ ଥିବା ଆମେରିକାକୁ ଗୋଇନ୍ଦା ସୂଚନା ମିଳିଛି।

ଗତ ମାର୍ଚ୍ଚରେ ଆମେରିକା ହମ୍‌ଜା ବିନ୍‌ ଲାଡେନର ଠିକଣା ପାଇଁ ୧୦ ଲକ୍ଷ ଡଲାର ଅର୍ଥରାଶିର ପୁରସ୍କାର ଘୋଷଣା କରିଥିଲା। ହମ୍‌ଜା ନିଜ ବାପାଙ୍କ ମୃତ୍ୟୁର ପ୍ରତିଶୋଧ ନେବା ଲାଗି ଆକ୍ରମଣ ଷଡ଼ଯନ୍ତ୍ର କରୁଥିବା ନେଇ ଆମେରିକାକୁ ସୂଚନା ମିଳିଥିଲା। ତେଣୁ ହମ୍‌ଜାର ଠିକଣା ଜାଣିବା ପାଇଁ ଆମେରିକା ପୁରସ୍କାର ଘୋଷଣା କରିଥିଲା।

- Advertisement -

ଅନ୍ୟପଟେ ଜାତିସଂଘ ହମଜାକୁ ନିଜର ପ୍ରତିବନ୍ଧ ତାଲିକାରେ ସାମିଲ କରିଛନ୍ତି। ଜାତିସଂଘ ସୁରକ୍ଷା ପରିଷଦ ଏବଂ ଆମେରିକା ତରଫରୁ ହମଜା ସମ୍ପର୍କରେ କଡ଼ା ନିଷ୍ପତ୍ତି ନିଆଯିବା ପରେ ସୌଦି ଆରବ ବି ହମ୍‌ଜାର ନାଗରିକତା ରଦ୍ଦ କରିଦେଇଥିଲା। ତେବେ ଗତ କିଛିବର୍ଷ ହେଲା ହମ୍‌ଜାର ଠିକଣା ଜାଣିବା ଲାଗି ଆମେରିକା ଉଦ୍ୟମ ଚଳାଇଥିଲା। ହମଜା କେତେବେଳେ ପାକିସ୍ତାନ, ଆଫଗାନିସ୍ତାନ ତ ଆଉ କେତେବେଳେ ଇରାନରେ ଲୁଚି ରହୁଥିଲା।

ସୂଚନାଯୋଗ୍ୟ, ୨୦୧୧ରେ ପାକିସ୍ତାନର ଆବୋଟାବାଦରେ ଆମେରିକା ଆକ୍ରମଣ କରି ଓସାମାକୁ ହତ୍ୟା କରିଥିଲା। ଓସାମାର ପୁଅ ହମଜାକୁ ଏବେ ୩୦ ବର୍ଷ। ସେ ୧୯୮୯ରେ ସୌଦୀ ଆରବର ଜେଦ୍ଦାହରେ ଜନ୍ମଗ୍ରହଣ କରିଥିଲା। ହମଜା ମହମ୍ମଦ ଅତାର ଝିଅକୁ ବିବାହ କରିଛି। ମହମ୍ମଦ ଅତା ହେଉଛି ସେହି ବ୍ୟକ୍ତି ଯିଏ ୯/୧୧ ଆକ୍ରମଣରେ ବ୍ୟବହୃତ ବିମାନର ଅପହରଣ କରିଥିଲା। ସେହି ବିମାନ ଜରିଆରେ ଆମେରିକାର ବିଶ୍ଵ ବାଣିଜ୍ୟ କେନ୍ଦ୍ରରେ ଆକ୍ରମଣ କରାଯାଇଥିଲା।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories