ନୂଆଦିଲ୍ଲୀ: ଅଗୁସ୍ତା ୱେଷ୍ଟଲାଣ୍ଡ ଭିଭିଆଇପି ହେଲିକପ୍ଟର ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ବୁଧବାର ଓଲଟିଛି। ଦିନକ ପୂର୍ବେ ଇଡି ମୃତ ଘୋଷଣା କରିଥିବା ବ୍ୟକ୍ତିଙ୍କୁ ଗୁରୁବାର ଅଦାଲତରେ ହାଜର କରିବ ବୋଲି ସୂଚନା ଦେଇଛି। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳ ନାଥଙ୍କ ଭଣଜା ରତୁଲ ପୁରୀ ଏହି ମାମଲାରେ ଅଭିଯୁକ୍ତ ଅଛନ୍ତି। ତାଙ୍କ ବିରୋଧରେ ଆସିଥିବା ମାମଲାର ଅନ୍ୟତମ ସାକ୍ଷୀ କେ.କେ ଖୋସଲାଙ୍କୁ ହତ୍ୟା କରାଯାଇଥିବା ସମ୍ପର୍କରେ ଇଡି ଓକିଲ ମଙ୍ଗଳବାର ଅଦାଲତକୁ ଜଣାଇଥିଲେ। ତାଙ୍କ ଘରେ ତନଖି ପରେ ଏହା ଜଣାପଡ଼ିଥଲା ବୋଲି କହିଥିଲେ; କିନ୍ତୁ ଏହାର ୨୪ଘଣ୍ଟା ପରେ ଖୋସଲା ଜୀବିତ ଅଛନ୍ତି ଓ ଆସନ୍ତା କାଲି ତାଙ୍କୁ ଅଦାଲତରେ ହାଜର କରାଯିବ ବୋଲି ବୁଧବାର ଘୋଷଣା କରିଛି। ଖୋସଲାଙ୍କ ନିକଟରେ ଉପରୋକ୍ତ ମାମଲା ସମ୍ପର୍କିତ ବହୁ ଗୁରୁତ୍ବପୂର୍ଣ୍ଣ ନଥି ରହିଥିବା ଇଡି ଦାବି କରିଛି।
Popular Categories



