www.samajalive.in
Friday, December 12, 2025
14.1 C
Bhubaneswar

କାଶ୍ମୀରରେ ଆଇନଶୃଙ୍ଖଳା ପରିସ୍ଥିତି ସ୍ବାଭାବିକ: ରାଜ୍ୟପାଳ

ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ଆଇନଶୃଙ୍ଖଳା ପରିସ୍ଥିତି ସମେତ ସୁରକ୍ଷା ସମ୍ପର୍କିତ ସବୁକିଛି ସ୍ବାଭାବିକ ରହିଛି। ଯାହା କିଛି ଛୋଟକାଟର ଘଟଣା ଘଟୁଛି ଏହାକୁ ବଡ଼ କରି ପ୍ରଚାର କରାଯାଉଛି। କୌଣସି ଗୁଜବ ପ୍ରତି ଜନସାଧାରଣ ଧ୍ୟାନ ନ ଦେବା ଉଚିତ ବୋଲି ମଙ୍ଗଳବାର କହିଛନ୍ତି ରାଜ୍ୟପାଳ ସତ୍ୟ ପାଲ ମଲିକ। ସୁରକ୍ଷା ବ୍ୟବସ୍ଥା ବୃଦ୍ଧି ସଂକ୍ରାନ୍ତରେ ରାଜ୍ୟରେ କିଛି ପ୍ରଶାସନିକ ଅଧିକାରୀଙ୍କ ଦସ୍ତଖତ ଥିବା ନିର୍ଦେଶନାମା ପ୍ରଘଟ ହେବା ଖବର ପରିପ୍ରେକ୍ଷୀରେ ରାଜ୍ୟପାଳ ଏଭଳି କହିଛନ୍ତି। ଏଭଳି ନିର୍ଦେଶନାମାର କୌଣସି ସତ୍ୟତା ନାହିଁ। ରାଜ୍ୟ ପ୍ରଶାସନ ଏଭଳି କୌଣସି ନିର୍ଦେଶନାମା ଜାରି କରି ନାହାନ୍ତି, ଏହା ନକଲି। ରାଜ୍ୟରେ ଅଧିକ ସୁରକ୍ଷା ବ୍ୟବସ୍ଥାର ଆବଶ୍ୟକତା ନାହିଁ। ସୁରକ୍ଷା ବୃଦ୍ଧି ସଂକ୍ରାନ୍ତ ନିର୍ଦେଶନାମା ବାତିଲ ହୋଇଛି ବୋଲି ରାଜ୍ୟପାଳ କହିଛନ୍ତି। ଜାମ୍ମୁ-କାଶ୍ମୀରରୁ ସ୍ବତନ୍ତ୍ର ପାହ୍ୟା ପ୍ରତ୍ୟାହାର ପାଇଁ ଅଧିକ ସୁରକ୍ଷା ବ୍ୟବସ୍ଥା କରିବାକୁ ରାଜ୍ୟପାଳ କେନ୍ଦ୍ରକୁ ନିବେଦନ କରିଥିବା ନେଇ ରାଜ୍ୟର ରାଜନୈତିକ ଦଳଗୁଡ଼ିକ ସନ୍ଦେହ ପ୍ରକାଶ କରିଛନ୍ତି। ରାଜ୍ୟକୁ ୧୦ହଜାର ଅଧିକ ସୁରକ୍ଷାବଳ ପଠାଇବା ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକ୍ରମେ ରାଜ୍ୟର ରାଜନୈତିକ ଦଳଗୁଡ଼ିକର ପ୍ରତିକ୍ରିୟା ପରିପ୍ରେକ୍ଷୀରେ ମଧ୍ୟ ରାଜ୍ୟପାଳ ଏଭଳି ମନ୍ତବ୍ୟ ରଖିଛନ୍ତି। ଅପରପକ୍ଷରେ ସୁରକ୍ଷା ବୃଦ୍ଧି ସଂକ୍ରାନ୍ତ ନିର୍ଦେଶନାମା ପ୍ରଘଟ ହେବା ସାଙ୍ଘାତିକ ଘଟଣା, ଏହାର ସିବିଆଇ ତଦନ୍ତ ହେବା ଦରକାର ବୋଲି ଦାବି କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା।

Hot this week

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

Related Articles

Popular Categories