www.samajalive.in
Saturday, December 13, 2025
14.1 C
Bhubaneswar

ସ୍ତ୍ରୀ ହତ୍ୟାକାରୀ ସ୍ବାମୀ ଗିରଫ, ପାରିବାରିକ କଳହରୁ ତଣ୍ଟି କାଟି ଫେରାର ହୋଇଯାଇଥିଲା

ଯାଜପୁର: ଯାଜପୁର ଜିଲା ବିଞ୍ଝାରପୁର ଥାନା ଗୁଣ୍ଡୁରିପଡା ଗାଁରେ ଗତ ୨୧ ତାରିଖ ବିଳମ୍ବିତ ରାତ୍ରିରେ ମହିଳାଙ୍କୁ ଗଳାକାଟି ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି ପୁଲିସ। ହତ୍ୟାକାରୀ ଆଉ କେହି ନୁହନ୍ତି, ବରଂ ମହିଳାଙ୍କ ସ୍ୱାମୀ ଦିଗମ୍ବର ଦଳାଇ । ପୁଲିସ ତା’ର ମୋବାଇଲ ଫୋନ ଟ୍ରାକ କରି ତା’କୁ ଗିରଫ କରିବାରେ ସକ୍ଷମ ହୋଇଛି। ପାରିବାରିକ କଳହକୁ କେନ୍ଦ୍ର କରି ଦିଗମ୍ବର ସ୍ତ୍ରୀଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି।

ଯାଜପୁର ଏସଡିପିଓ କାର୍ୟ୍ୟାଳୟରେ ମଙ୍ଗଳବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ରବୀନ୍ଦ୍ର କୁମାର ଜେନା ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଦିଗମ୍ବର ଗୁଜରାଟରେ କାମ କରୁଥିବାବେଳେ ସ୍ତ୍ରୀ ରୀତାରାଣୀ ନିଜ ଶାଶୁ ଘରେ ରହୁଥିଲେ। ତେବେ ସେ ଘରେ ନିୟମିତ ଭାବେ ଶାଶୁ ଏବଂ ପରିବାରର ଅନ୍ୟ ସଦସ୍ୟମାନଙ୍କ ସହିତ ଝଗଡା କରନ୍ତି । ଏଥିରେ ବ୍ୟସ୍ତବିବ୍ରତ ହୋଇ ଦିଗମ୍ବର ଘଟଣା ଦିନ ରାତ୍ରିରେ ଘରକୁ ଆସିଥିଲା। ବିଳମ୍ବିତ ରାତିରେ ସେ ସ୍ତ୍ରୀଙ୍କ ମୁହଁକୁ ତକିଆରେ ଚାପି ଅଣନିଃଶ୍ଵାସୀ କରି ହତ୍ୟା କରିଥିଲା। ପରେ ସ୍ତ୍ରୀଙ୍କୁ ଘର ବାହାରକୁ ନେଇ ତଣ୍ଟି କାଟିଦେଇ ଫେରାର ହୋଇଯାଇଥିଲା। ପୁଲିସ ସାଇଣ୍ଟିଫିକ୍‌ ଟିମ ସହାୟତାରେ ଘଟଣାର ତଦନ୍ତ କରିଥିଲା। ପରେ ଅଭିଯୁକ୍ତ ଦିଗମ୍ବରର ମୋବାଇଲ ନମ୍ବର ଟ୍ରାକ୍‌ କରି ତାକୁ ଗିରଫ କରିଛି। ତା’ ନିକଟରୁ ଗୋଟିଏ ଛୁରି ଓ ଦୁଇଟି ମୋବାଇଲ ଜବତ କରାଯାଇଛି।

Hot this week

ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

ଖୁବ୍‌ଶୀଘ୍ର ୩୭ ଜିଲାରେ ସଭାପତି ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି...

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ସତ୍ତ୍ବେ ମିଳୁନି ଚାକିରି

୧.୪୭ ଲକ୍ଷ ତାଲିମଧାରୀ; ୪୩ ହଜାରଙ୍କୁ ନିଯୁକ୍ତି ସର୍ତ୍ତ ମାନୁନାହାନ୍ତି...

Related Articles

Popular Categories