ବେଙ୍ଗାଲୁରୁ: କର୍ଣ୍ଣାଟକରେ ବିଜେପି ସରକାର ଗଢ଼ିବା ପରେ ବିଧାନସଭାର ବାଚସ୍ପତି ପଦରୁ କେ.ଆର. ରମେଶ କୁମାର ଇସ୍ତଫା ଦେଇଥିଲେ। ଏହାପରେ ବିଜେପି ବିଧାୟକ ବିଶ୍ବେଶ୍ବର ହେଗଡେ କାଗେରିଙ୍କୁ ନୂଆ ବାଚସ୍ପତି ଭାବେ ମନୋନୀତ କରାଯାଇଛି। ବାଚସ୍ପତି ପଦବୀ ପାଇଁ ବିଶ୍ବେଶ୍ବର ମଙ୍ଗଳବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ତାଙ୍କ ବିପକ୍ଷରେ କୌଣସି ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିନାହାନ୍ତି। ତେଣୁ ସେ ହିଁ ବାଚସ୍ପତି ହେବା ଏକପ୍ରକାର ସ୍ଥିର ହୋଇଛି। ଆସନ୍ତା ଗୁରୁବାର ଏ ସମ୍ପର୍କରେ ବିଧିବଦ୍ଧ ଭାବେ ଘୋଷଣା କରାଯିବ ବୋଲି ସୂଚନା ମିଳିଛି। ବିଶ୍ବେଶ୍ବର ମୋଟ ୬ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ପୂର୍ବରୁ ସେ ରାଜ୍ୟର ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଛନ୍ତି।
କର୍ଣ୍ଣାଟକର ନୂଆ ବାଚସ୍ପତି ବିଶ୍ବେଶ୍ବର ହେଗଡେ କାଗେରି
Popular Categories



