ବେଦାନ୍ତ ରେଲୱେ ସାଇଡିଂରେ ଦୁର୍ଘଟଣା, ଦୁଇ ବଗି ମଝିରେ ଚାପିହୋଇ କର୍ମଚାରୀ ମୃତ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ବେଦାନ୍ତ ଆଲୁମିନା କାରଖାନାର ରେଲସ୍ଵେ ସାଇଡ଼ିଂରେ ଦୁର୍ଘଟଣା ଘଟି ଜଣେ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ହେଲେ ମୁମତାଜ ଖାଁନ। ରେଲୱେ ସାଇଡ଼ିଂରେ ରେଳ ଇଞ୍ଜିନ ଓ ବଗି ମଧ୍ୟରେ ସଂଯୋଗ କରୁଥିବାବେଳେ ହଠାତ ମାଲବାହୀ ଟ୍ରେନ ନିୟନ୍ତ୍ରଣ ହରାଇବାରୁ ଉଭୟ ବଗି ମଝିରେ ଚାପି ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ସହକର୍ମୀମାନେ ତାଙ୍କୁ ପ୍ରଥମେ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ସେଠାରୁ ବୁର୍ଲା ସ୍ଥାନାନ୍ତର ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ଖବର ମିଳିବା ପରେ ମୃତକଙ୍କ ପରିବାର ଏବଂ ଅନ୍ୟାନ୍ୟ କର୍ମଚାରୀମାନେ କ୍ଷତିପୂରଣ ଦାବିରେ ବେଦାନ୍ତ କାରଖାନାର ୧ ନମ୍ବର ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

Comments are closed.