www.samajalive.in
Friday, December 12, 2025
26.1 C
Bhubaneswar

ପାକିସ୍ତାନର ଯୁଦ୍ଧବିରତି ଉଲ୍ଲଂଘନ ପରେ ଭାରତୀୟ ସେନାର କଡ଼ା ଜବାବ; ୧୦ ପାକ୍‌ ସୈନିକ, ୩ ଆତଙ୍କୀ ନିହତ

ଶ୍ରୀନଗର: ପାକିସ୍ତାନ ଲଗାତାର ୩ୟ ଦିନ ପାଇଁ ମଙ୍ଗଳବାର ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ବିଳମ୍ବିତ ରାତି ପର୍ଯ୍ୟନ୍ତ ନିୟନ୍ତ୍ରଣ ରେଖାରେ ପାକ୍‌ ପକ୍ଷରୁ ଯୁଦ୍ଧବିରତି ଉଲ୍ଲଂଘନ କରାଯାଇଛି। ଜାମ୍ମୁର ପଲାମ୍ବାଲା ସେକ୍ଟର, ରାଜୌରୀର ନୌସେରା ଏବଂ ଉତ୍ତର କାଶ୍ମୀରର ଟଙ୍ଗଧାର ସେକ୍ଟରରେ ପାକିସ୍ତାନ ସେନା ପକ୍ଷରୁ ଭାରତୀୟ ସେନା ଶିବିର ଏବଂ ଅଞ୍ଚଳବାସୀଙ୍କୁ ଟାର୍ଗେଟ କରି ଗୁଳିମାଡ଼ କରାଯାଇଛି। ଏଥିରେ ଜଣେ ଯବାନ ଶହୀଦ ହୋଇଥିବାବେଳେ ୪ ଯବାନ ଏବଂ ଦୁଇଜଣ ନାଗରିକ ଆହତ ହୋଇଛନ୍ତି। ତେବେ ପାକ୍‌ ସେନାର ଏହି ଅସ୍ତ୍ରବିରତି ଉଲ୍ଲଂଘନର କଡ଼ା ଜବାବ ଦେଇଛି ଭାରତ। ଭାରତୀୟ ସେନା ପକ୍ଷରୁ ପାଲଟା ଜବାବ ଦିଆଯାଇଥିବାବେଳେ ଏଥିରେ ୧୦ ପାକିସ୍ତାନୀ ସୈନିକ ଏବଂ ୩ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଏହା ସହିତ ପାକିସ୍ତାନର ଅନେକ ପୋଷ୍ଟ ଧ୍ଵସ୍ତବିଧ୍ଵସ୍ତ ହୋଇଥିବା ଖବର ମିଳିଛି। ସେନାର ଜଣେ ମୁଖପାତ୍ର କହିଛନ୍ତି, ଜବାବୀ କାର୍ଯ୍ୟାନୁ​‌ଷ୍ଠାନରେ ପାକିସ୍ତାନୀ ଶିବିର ଏବଂ ସୈନିକଙ୍କର ବହୁମାତ୍ରାରେ କ୍ଷୟକ୍ଷତି ହୋଇଛି। ତେବେ କେତେ ସଂଖ୍ୟାରେ ପାକ୍‌ ସୈନିକ ନିହତ ହୋଇଛନ୍ତି ସେ ନେଇ କିଛି କୁହାଯାଇ ନାହିଁ।

Hot this week

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

Related Articles

Popular Categories