www.samajalive.in
Saturday, December 13, 2025
14.1 C
Bhubaneswar

ବିଧାୟକ କୁଳଦୀପ ସିଂହ ସେନଗାର ବିଜେପିରୁ ନିଲମ୍ବିତ

ଲକ୍ଷ୍ନୌ : ଉନ୍ନାଓ ଗଣବଳାତ୍କାର ଘଟଣାର ମୁଖ୍ୟଅଭିଯୁକ୍ତ ବିଧାୟକ କୁଳଦୀପ ସିଂହ ସେନଗାରଙ୍କୁ ମଙ୍ଗଳବାର ବିଜେପି ଦଳରୁ ନିଲମ୍ବିତ କରିଛି। ଏପଟେ ବଳାତ୍କାର ପୀଡ଼ିତାଙ୍କୁ ଟ୍ରକ ଚଢାଉ ହତ୍ୟା ଉଦ୍ୟମ ଘଟଣାରେ ସୋମବାର ଉନ୍ନାଓ ବିଧାୟକ କୁଲଦୀପ ସେଂଗାରଙ୍କ ସମେତ ୧୦ ଜଣଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା ରୁଜୁ ହୋଇଛି। ଦେଶର ବିଭିନ୍ନ ଜାଗାରେ ଏହାକୁ ନେଇ ବିକ୍ଷୋଭ ପ୍ରଦର୍ଶନ ହେଉଛି। ଏହି ସବୁକୁ ଦୃଷ୍ଟିରେ ରଖି ବିଜେପି କୁଳଦୀପ ସିଂହ ସେନଗାରଙ୍କୁ ଦଳରୁ ବହିଷ୍କାର କରିବାକୁ ନିଷ୍ପତ୍ତି ନେଇଛି। ଉତ୍ତରପ୍ରଦେଶ ବିଜେପି ଅଧ୍ୟକ୍ଷ ସ୍ୱତନ୍ତ୍ର ଦେବ ସିଂହ କହିଛନ୍ତି ଯେ ଉନ୍ନାଓ ବଳାତ୍କାର ଅଭିଯୁକ୍ତ କୁଳଦୀପଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ଏହି ମାମଲାର ସିବିଆଇ ତଦନ୍ତ ଜାରି ରହିଛି।

ସୂଚନା ଅନୁସାରେ ଗତ ରବିବାର ଦିନ ପୀଡ଼ିତା, ତାଙ୍କର ଦୁଇ ଖୁଡ଼ୀ ଏବଂ ଓକିଲଙ୍କ ସହିତ ଏକ କାରରେ ରାଏବରେଲୀ ଜେଲରେ ଥିବା ତାଙ୍କ ବାପାଙ୍କୁ ଭେଟିବାକୁ ଯାଉଥିବାବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ରାଏ ବରେଲୀରେ ଏକ ଟ୍ରକ ତାଙ୍କ କାରକୁ ଧକ୍କା ଦେବା ଫଳରେ ପୀଡ଼ିତାଙ୍କ ଦୁଇଜଣ ଖୁଡ଼ୀଙ୍କ ମୃତ୍ୟୁ ଘଟିଥିଲା। ପୀଡ଼ିତା ଏବଂ ତାଙ୍କ ଓକିଲ ଗୁରୁତର ଆହତ ହୋଇଥିବାବେଳେ ସେମାନଙ୍କୁ ଲକ୍ଷ୍ନୌର କିଙ୍ଗ୍‌ ଜର୍ଜ୍ସ ମେଡିକାଲ ୟୁନିଭର୍ସିଟିରେ ଭର୍ତ୍ତି କରାଯାଇଛି। ଉଭୟଙ୍କୁ ଭେଣ୍ଟିଲେଟରରେ ରଖି ଚିକିତ୍ସା କରାଯାଉଛି। ଉଭୟଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ଡାକ୍ତରୀ ଟିମ୍‌ ତୀକ୍ଷ୍ଣ ନଜର ରଖିଛନ୍ତି ବୋଲି ହସ୍ପିଟାଲର ଟ୍ରମା ସର୍ଜରୀ ବିଭାଗ ମୁଖ୍ୟ ସନ୍ଦୀପ ତିୱାରୀ କହିଛନ୍ତି। ସମାଜବାଦୀ ପାର୍ଟି (ଏସପି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଲେଶ ଯାଦବ ମଙ୍ଗଳବାର ସକାଳେ କେଜିଏମୟୁରେ ପହଞ୍ଚି ପୀଡ଼ିତାଙ୍କ ଘରଲୋକଙ୍କୁ ଭେଟିଛନ୍ତି। ଏହାସହ ସେ ବିଧାୟକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।

- Advertisement -

ଅନ୍ୟପଟେ ଉତ୍ତର ପ୍ରଦେଶ ସରକାର ଆହତ ଦ୍ବୟଙ୍କୁ ମାଗଣା ଚିକିତ୍ସା ସେବା ଯୋଗାଇଦେବା ଲାଗି ଘୋଷଣା କରିଛନ୍ତି। କିନ୍ତୁ ପୀଡ଼ିତାଙ୍କ ମା’ ତାଙ୍କୁ ଦିଲ୍ଲୀରେ ଚିକିତ୍ସା କରିବାକୁ ଦାବି କରିଛନ୍ତି। ଏହି ଘଟଣା ପାଇଁ ସେ ବଳାତ୍କାର ଅଭିଯୁକ୍ତ ତଥା ବିଜେପି ବିଧାୟକ କୁଳଦୀପ ସିଂହ ସେନେଗାରଙ୍କୁ ଦାୟୀ କରିଛନ୍ତି।

Hot this week

ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

ଖୁବ୍‌ଶୀଘ୍ର ୩୭ ଜିଲାରେ ସଭାପତି ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି...

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ସତ୍ତ୍ବେ ମିଳୁନି ଚାକିରି

୧.୪୭ ଲକ୍ଷ ତାଲିମଧାରୀ; ୪୩ ହଜାରଙ୍କୁ ନିଯୁକ୍ତି ସର୍ତ୍ତ ମାନୁନାହାନ୍ତି...

Related Articles

Popular Categories