www.samajalive.in
Saturday, December 13, 2025
14.1 C
Bhubaneswar

ମଧ୍ୟପ୍ରଦେଶ-ମହାରାଷ୍ଟ୍ର ସମେତ ୬ ରାଜ୍ୟରେ ପ୍ରବଳ ବର୍ଷା ଚେତାବନୀ

ମୁମ୍ବଇ/ନୂଆଦିଲ୍ଲୀ : ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ମଙ୍ଗଳବାର ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଗୁଜୁରାଟ, ଛତିଶଗଡ଼ ଏବଂ ତେଲଙ୍ଗାନାରେ ଆସନ୍ତା ଦୁଇ ଦିନ (୪୮ ଘଣ୍ଟା) ପର୍ଯ୍ୟନ୍ତ ପ୍ରବଳ ବର୍ଷା ନେଇ ଚେତାବନୀ ଜାରି କରିଛି। ଏହାସହ ମୁମ୍ବଇରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ରେଡ ଆଲର୍ଟ ଜାରି କରାଯାଇଛି। ହିମାଚଳପ୍ରଦେଶର ଶିମଲା, କୁଲୁ, ମଣ୍ଡ ଏବଂ କାଙ୍ଗଡାରେ ମଙ୍ଗଳବାର ପ୍ରବଳ ବେଗରେ ପବନ ବହିବା ସହ ମୂଷଳ ଧାରାରେ ବର୍ଷା ହେବାର ସମ୍ଭାବନା ଥିବା ଆଇଏମଡି କହିଛି।
ଏପଟେ ନାସିକର ଗୋଦାବରୀ ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ଭାରତୀୟ ପାଣିପାଗ ବିଭାଗ ଅନୁସାରେ ଉତ୍ତର, ମଧ୍ୟ ଏବଂ ଦକ୍ଷିଣ-ପଶ୍ଚିମ ଆରବ ସାଗର ପଟୁ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଅଛି। ଏହାର ପ୍ରଭାବ ଉତ୍ତରପୂର୍ବ ରାଜ୍ୟ ନାଗାଲାଣ୍ଡ, ମଣିପୁର, ମିଜୋରମ ଏବଂ ତ୍ରିପୁରାରେ ପଡିବ। ଫଳରେ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଉତ୍ତ-ପୂର୍ବ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପଶ୍ଚିମ ଉତ୍ତରପ୍ରଦେଶ, ପଞ୍ଜାବ ଏବଂ ହରିୟାଣାର କେତେକ ଅଞ୍ଚଳରେ ଦୁଇ ଦିନ ପର୍ଯ୍ୟନ୍ତ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଓଡ଼ିଶାର ମୟୁରଭଞ୍ଜ, ସମ୍ବଲପୁର, ନବରଂଗପୁର, ନୂଆପଡ଼ା, ଝାରସୁଗୁଡ଼ା, ବରଗଡ଼ ଏବଂ କଳାହାଣ୍ଡିରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ସୋମବାର ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ ୧୬୬.୫ ମିମି ବର୍ଷା ହୋଇଥିଲାବେଳେ ଖଣ୍ଡୱାରେ ୧୬୩.୦ ମିମି, ଖରଗୌନରେ ୧୧୭.୪ ମିମି ବର୍ଷା ହୋଇଛି। ଆସନ୍ତା ୪୮ ଘଣ୍ଟାରେ ରାଜ୍ୟର ଇନ୍ଦୋର, ଆଜମେର, ଧାର, ଖଣ୍ଡୱା, ଗୁଣା, ବିଦିଶା, ସିହୋର, ଛିନ୍ଦୱାଡା, ବାଲାଘାର ସମେତ ୨୭ ଜିଲାରେ ପ୍ରବଳ ବର୍ଷା ହେବ ବୋଲି ସତର୍କ ସୂଚନା ଜାରି କରାଯାଇଛି।
ସୂଚନା ଅନୁସାରେ ବଙ୍ଗୋପସାଗରରେ ଏକ ଲଘୁଚାପ ଅବପାତର ରୂପ ନେଉଛି ଓ ଏହା ଘଣ୍ଟାପ୍ରତି ୨.୧ କିଲୋମିଟର ବେଗରେ ସ୍ଥଳ ଭାଗ ଆଡକୁ ମୁହାଁଉଛି। ଏହା ପ୍ରଭାବରେ ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଏବଂ ମଧ୍ୟପ୍ରଦେଶରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବିହାର ଏବଂ ଆସାମ ବନ୍ୟାରେ ଏପର୍ଯ୍ୟନ୍ତ ୨୧୩ ଲୋକଙ୍କ ମୃତ୍ୟୁ ଘଟିଛି। ବନ୍ୟାରେ ପ୍ରାୟ ୫୫ ନିୟୁତ ଲୋକ ପ୍ରଭାବିତ ହୋଇଛନ୍ତି। ବନ୍ୟାରେ ବିହାରର ୧୨ ଜିଲାରୁ ୧୨୭ ଏବଂ ଆସାମର ୧୮ ଜିଲାରେ ୮୬ ଲୋକଙ୍କ ମୃତ୍ୟୁ ଘଟିଛି।

Hot this week

ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

ଖୁବ୍‌ଶୀଘ୍ର ୩୭ ଜିଲାରେ ସଭାପତି ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି...

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ସତ୍ତ୍ବେ ମିଳୁନି ଚାକିରି

୧.୪୭ ଲକ୍ଷ ତାଲିମଧାରୀ; ୪୩ ହଜାରଙ୍କୁ ନିଯୁକ୍ତି ସର୍ତ୍ତ ମାନୁନାହାନ୍ତି...

Related Articles

Popular Categories