www.samajalive.in
Saturday, December 13, 2025
27.1 C
Bhubaneswar

ପଞ୍ଚମ ଦିନରେ ପହଞ୍ଚିଛି କୋଡିଙ୍ଗାମାଳିରେ ପ୍ରଭାବିତଙ୍କ ଆନ୍ଦୋଳନ, ଜିଦରେ ଅଟଳ ଗ୍ରାମବାସୀ

ଲକ୍ଷ୍ମୀପୁର : କୋଡିଙ୍ଗାମାଳିରେ ପ୍ରଭାବିତ ଆଦିବାସୀଙ୍କ ଆନ୍ଦୋଳନ ପଞ୍ଚମ ଦିନରେ ପହଞ୍ଚିଛି । ଗତ ପାଞ୍ଚଦିନ ଧରି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ କୋଡିଙ୍ଗାମାଳି ଖଣି ଖନନକୁ ପ୍ରଭାବିତ ପ୍ରାୟ ୨୨ ଖଣ୍ଡ ଗ୍ରାମର ଆଦିବାସୀ ମାନେ ବିରୋଧ କରି ପ୍ରବେଶ ପଥକୁ ଅବରୋଧ କରି ରଖିଛନ୍ତି। ଉଭୟ ବିପକ୍ଷବାଦୀ ଓ ସପକ୍ଷବାଦୀ ମୁହାଁମୁହିଁ ହେବା ଆଶଙ୍କା କରି ଫୋର୍ସ ମୂତୟନ କରାଯାଇଛି। ପ୍ରତିଦିନ ତହସିଲଦାର ଓ ପୁଲିସ ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରୁଥିଲେ ମଧ୍ୟ ଗ୍ରାମବାସୀ ଜିଦରେ ଅଟଳ ରହିଛନ୍ତି । ଫଳରେ ବାଧ୍ୟ ହୋଇ ପୁଲିସ ୪୫ ଜଣଙ୍କ ନାମରେ ବିଭିନ୍ନ ଦଫାରେ ମାମଲା ରୁଜୁ କରିଛି । ବର୍ତ୍ତମାନ ସୁଦ୍ଧା ଧାରଣା ଜାରି ରହିଛି ।

ପ୍ରଭାବିତ ଗ୍ରାମବାସୀଙ୍କ ଜିଦ୍ ଯେ, ମିଛ ଗ୍ରାମସଭାକୁ ଆମେ ଗ୍ରହଣ କରିବୁନାହିଁ । ଏପରିକି ପୁଲିସ ପ୍ରଶାସନ ଅନ୍ୟ କିଛି ଉପାୟ ଅବଲମ୍ବନ କଲେ ଆମେ ସମୁହ ମାଳି ଉପରେ ଯାଇ ବିଷ ଖାଇ ଆତ୍ମହତ୍ୟା କରିବୁ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

Hot this week

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

Related Articles

Popular Categories