www.samajalive.in
Monday, December 8, 2025
13.1 C
Bhubaneswar

ବ୍ରାଜିଲ ଜେଲରେ ଗୋଷ୍ଠୀ ସଂଘର୍ଷ: ୫୭ କଏଦୀ ମୃତ

ସାଓ ପାଉଲୋ : ଦକ୍ଷିଣ ଆମେରିକା ଦେଶ ବ୍ରାଜିଲରେ ସୋମବାର ଏକ ଜେଲରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୫୭ କଏଦୀଙ୍କ ମୃତ୍ୟୁ ଘଟିଛି। ସଂଘର୍ଷରେ ୧୬ କଏଦୀଙ୍କ ମୁଣ୍ଡ କାଟି ଦିଆଯାଇଛି।
ସୂଚନା ଅନୁଯାୟୀ ବ୍ରାଜିଲରେ ଜେଲ ସଂଖ୍ୟା ହ୍ରାସ କରାଯାଇଛି। ଫଳରେ ଦେଶରେ ଥିବା ଅଳ୍ପ ସଂଖ୍ୟକ ଜେଲରେ କ୍ଷମତାଠାରୁ ଅଧିକ କଏଦୀ ରହିଛନ୍ତି। ସରକାରୀ ଅଧିକାରୀଙ୍କ ଅନୁସାରେ ଉତ୍ତର ଅଲ୍‍ତାମାରୀ ସହରର ଏକ ଜେଲରେ ସ୍ଥାନୀୟ ସମୟାନୁସାରେ ସୋମବାର ସକାଳ ୭ଟାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିଲା। ସଂଘର୍ଷରେ କମାଣ୍ଡୋ କ୍ଲାସ ଏ ଗୋଷ୍ଠୀର କଏଦୀ ରେଡ କମାଣ୍ଡୋ ଗୋଷ୍ଠୀ କଏଦୀଙ୍କ ଜେଲ କୋଠରୀରେ ନିଅାଁ ଲଗାଇଦେଇଥିଲେ। ଅଧିକାଂଶ କଏଦୀଙ୍କ ମୃତ୍ୟୁରେ ନିଅାଁରେ ଜଳି ହୋଇଛି। କଏଦୀମାନେ ଦୁଇ ସୁରକ୍ଷା କର୍ମୀଙ୍କୁ ବନ୍ଧକ ରଖିଥିଲେ ପରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା। ଜେଲ ନିର୍ଦେଶକ ଜାର୍ବସ ୱାସ୍କୋନସେଲୋସ କହିଛନ୍ତି ଯେ ଏନେଇ ଆମ ପାଖରେ କୌଣସି ଗୁଇନ୍ଦା ସୂଚନା ନଥିଲା। ତେଣୁ ଦୁଇ ଗୋଷ୍ଠୀର ସଂଘର୍ଷରୁ ଏହି କାଣ୍ଡ ଘଟିଛି।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories