www.samajalive.in
Thursday, December 11, 2025
18.1 C
Bhubaneswar

ବ୍ରାଜିଲ ଜେଲରେ ଗୋଷ୍ଠୀ ସଂଘର୍ଷ: ୫୭ କଏଦୀ ମୃତ

ସାଓ ପାଉଲୋ : ଦକ୍ଷିଣ ଆମେରିକା ଦେଶ ବ୍ରାଜିଲରେ ସୋମବାର ଏକ ଜେଲରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୫୭ କଏଦୀଙ୍କ ମୃତ୍ୟୁ ଘଟିଛି। ସଂଘର୍ଷରେ ୧୬ କଏଦୀଙ୍କ ମୁଣ୍ଡ କାଟି ଦିଆଯାଇଛି।
ସୂଚନା ଅନୁଯାୟୀ ବ୍ରାଜିଲରେ ଜେଲ ସଂଖ୍ୟା ହ୍ରାସ କରାଯାଇଛି। ଫଳରେ ଦେଶରେ ଥିବା ଅଳ୍ପ ସଂଖ୍ୟକ ଜେଲରେ କ୍ଷମତାଠାରୁ ଅଧିକ କଏଦୀ ରହିଛନ୍ତି। ସରକାରୀ ଅଧିକାରୀଙ୍କ ଅନୁସାରେ ଉତ୍ତର ଅଲ୍‍ତାମାରୀ ସହରର ଏକ ଜେଲରେ ସ୍ଥାନୀୟ ସମୟାନୁସାରେ ସୋମବାର ସକାଳ ୭ଟାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିଲା। ସଂଘର୍ଷରେ କମାଣ୍ଡୋ କ୍ଲାସ ଏ ଗୋଷ୍ଠୀର କଏଦୀ ରେଡ କମାଣ୍ଡୋ ଗୋଷ୍ଠୀ କଏଦୀଙ୍କ ଜେଲ କୋଠରୀରେ ନିଅାଁ ଲଗାଇଦେଇଥିଲେ। ଅଧିକାଂଶ କଏଦୀଙ୍କ ମୃତ୍ୟୁରେ ନିଅାଁରେ ଜଳି ହୋଇଛି। କଏଦୀମାନେ ଦୁଇ ସୁରକ୍ଷା କର୍ମୀଙ୍କୁ ବନ୍ଧକ ରଖିଥିଲେ ପରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା। ଜେଲ ନିର୍ଦେଶକ ଜାର୍ବସ ୱାସ୍କୋନସେଲୋସ କହିଛନ୍ତି ଯେ ଏନେଇ ଆମ ପାଖରେ କୌଣସି ଗୁଇନ୍ଦା ସୂଚନା ନଥିଲା। ତେଣୁ ଦୁଇ ଗୋଷ୍ଠୀର ସଂଘର୍ଷରୁ ଏହି କାଣ୍ଡ ଘଟିଛି।

Hot this week

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର ଭୁବନେଶ୍ବର :...

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

Related Articles

Popular Categories