www.samajalive.in
Wednesday, December 10, 2025
14.1 C
Bhubaneswar

ସଭିଁଙ୍କୁ ସାଜିଥାଏ ଏହି ରଙ୍ଗ

ପୋଷାକ କିଣିବାବେଳେ ଫିଟିଙ୍ଗ ଏବଂ ଡିଜାଇନ୍ସହିତ ରଙ୍ଗକୁ ବିଶେଷ ଗୁରୁତ୍ୱ ଦିଆଯାଏ ନିଜର ସୌନ୍ଦର୍ୟ୍ୟ ବଢାଉଥିବା ରଙ୍ଗ ପ୍ରତି ସମସ୍ତେ ଧ୍ୟାନ ଦେଉଥିବା ବେଳେ ପ୍ରାୟତଃ ଯୁବତୀମାନେ କେଉଁ ରଙ୍ଗ ସେମାନଙ୍କୁ ମାନିବ ବୋଲି ଦ୍ୱନ୍ଦ୍ୱରେ ପଡିଥାନ୍ତି ଗୋରୀ କିମ୍ବା ଶ୍ୟାମଳୀ ହୋଇଥିଲେ କେଉଁ ରଙ୍ଗ ମାନିବ ବୋଲି କୌଣସି ବହିରେ ଲେଖାନାହିଁ ରଙ୍ଗ ପସନ୍ଦ କରିବା ଲାଗି ଆତ୍ମବିଶ୍ୱାସ ମଧ୍ୟ ଜରୁରୀ ତଥାପି ଏପରି କେତେକ ରଙ୍ଗ ଅଛି ଯାହା ପ୍ରତ୍ୟେକ ଚେହେରାକୁ ଭଲ ଲାଗେ

ଶିଉଳି ରଙ୍ଗ: ସବୁଜିମା ପ୍ରକୃତି, ଖୁସି, ସଦ୍ଭାବନା ଏବଂ ସତେଜତାର ରଙ୍ଗ। ଏହାର ଏକ ପ୍ରକାର ଶିଉଳି ରଙ୍ଗ ପ୍ରତ୍ୟେକଙ୍କୁ ଭଲ ମାନିଥାଏ। ଚୁଡିଦାର ହେଉ କି ଶାଢିଶିଉଳି ରଙ୍ଗ ପ୍ରକୃତିର ସ୍ପର୍ଶ ଦିଏ।

- Advertisement -

ସୋରିଷ ରଙ୍ଗ: ଝିଅମାନେ ସାଧାରଣତଃ ହଳଦିଆ ରଙ୍ଗର ପୋଷାକ ପିନ୍ଧିବାକୁ ପସନ୍ଦ କରନ୍ତି। ଏହି ରଙ୍ଗ କେବଳ ବିବାହ ଅବସର ପାଇଁ ଉଦ୍ଦିଷ୍ଟ ବୋଲି ସେମାନଙ୍କର ମତ। ପୁଣି ଶ୍ୟାମଳୀ ଯୁବତୀମାନେ ଭାବନ୍ତି ଯେ ଏହା ସେମାନଙ୍କ ଦେହର ରଙ୍ଗକୁ ଆହୁରି ଗାଢ କରିବ। ତେଣୁ ହଳଦିଆ ରଙ୍ଗ କିମ୍ବା ଏହି ସେଡ୍ଥିବା ପୋଷାକ ଯେତେ ସୁନ୍ଦର ହେଲେ ବି ସେମାନେ କିଣିବା ଦୂର, ଏହାକୁ ଅନାଇବାକୁ ସୁଦ୍ଧା ପସନ୍ଦ କରନ୍ତିନି। ଅସଲରେ କିନ୍ତୁ ହଳଦିଆ ରଙ୍ଗର ଏକ ସେଡ୍ସୋରିଷ ରଙ୍ଗ ପ୍ରତ୍ୟେକ ପ୍ରକାର ଚର୍ମକୁ ଖୁବ୍ମାନିଥାଏ

ଖଇରିଆ ରଙ୍ଗ: ୨୦୧୫ରେ ଏହି ରଙ୍ଗକୁକଲର ଅଫ୍ ଇୟରଭାବେ ଘୋଷଣା କରାଯାଇଥିଲା। ଏହା ଏପରି ଏକ ରଙ୍ଗ ଯାହା ପ୍ରତ୍ୟେକ ରଙ୍ଗର ତ୍ୱଚାକୁ ଉଜ୍ଜ୍ୱଳ ଏବଂ ସୁନ୍ଦର କରି ଦେଖାଏ। ଏହି ରଙ୍ଗର ପୋଷାକ ହେଉ କି ଶାଢିପ୍ରତ୍ୟେକ ଚେହେରାକୁ ଖୁବ୍ମାନେ

ରୟାଲ ବ୍ଲୁ: ନାମ ଅନୁସାରେ ଏହା କେବଳ ରାଜକୀୟ ସ୍ତରର ବ୍ୟକ୍ତିଙ୍କ ମଧ୍ୟରେ ସୀମିତ ହୋଇ ରହିନାହିଁ। ପ୍ରତ୍ୟେକ ବର୍ଗର ବ୍ୟକ୍ତି ଏହି ରଙ୍ଗକୁ ଆରାମରେ ପିନ୍ଧିବା ସହ ସୌନ୍ଦର୍ୟ୍ୟ ପ୍ରକାଶ କରିପାରିବେ। ରଙ୍ଗଟି ଏପରି ଯେ ପ୍ରତ୍ୟେକ ଚେହେରାକୁ ଏକ ରାଜକୀୟ ସୌନ୍ଦର୍ୟ୍ୟ ପ୍ରଦାନ କରିଥାଏ

ଉଜ୍ଜ୍ୱଳ ଗୋଲାପି: ଝିଅମାନଙ୍କର ଗୋଲାପି ରଙ୍ଗ ସବୁଠୁ ବେଶୀ ପସନ୍ଦ। ତେବେ ଏହା ଉଜ୍ଜ୍ୱଳ ଗୋଲାପି ବା ରାନି କଲର ହୋଇଥିଲେ ସେମାନଙ୍କର ଖୁସି ଆହୁରି ବଢିଯାଏ। ଏହି ରଙ୍ଗଟି ପ୍ରତ୍ୟେକ ପ୍ରକାର ତ୍ୱଚା ରଙ୍ଗକୁ ଖୁବ୍ମାନେ

ପ୍ରବାଳ ରଙ୍ଗ: ଲାଲ୍ରଙ୍ଗ ପିନ୍ଧିବାକୁ ଅନେକେ ପସନ୍ଦ କରନ୍ତି ନାହିଁ। ଏହାକୁ ସେମାନେ ବିବାହର ରଙ୍ଗ ଭାବେ ବାଛିନେଇଥାନ୍ତି। କିନ୍ତୁ ଗାଢ ଲାଲ୍ରଙ୍ଗର ବିଭିନ୍ନ ସେଡ୍ଖୁବ୍ଆକର୍ଷକ ଲାଗେ। ଏଥିସହିତ କମଳା ରଙ୍ଗର ମିଶ୍ରଣରେ ସୃଷ୍ଟି ହେଉଥିବା ପ୍ରବାଳ ରଙ୍ଗ ପ୍ରତ୍ୟେକ ପ୍ରକାର ତ୍ୱଚାକୁ ଉଜ୍ଜ୍ୱଳ ସୌନ୍ଦର୍ୟ୍ୟର ଅଧିକାରୀ କରାଏ।

ମିଣ୍ଟ ଏବଂ ଇମେରାଲ୍ ଗ୍ରୀନ୍‍: ସବୁଜ ରଙ୍ଗର ପୋଷାକ ପିନ୍ଧିବାକୁ ନେଇ ସେମିତି କିଛି ସମସ୍ୟା ନଥାଏ। ଯଦି ହାଲ୍କା ସବୁଜ ରଙ୍ଗ ପସନ୍ଦ କରୁଥାନ୍ତି ତେବେ ମିଣ୍ଟ ଗ୍ରୀନ୍ଆପଣଙ୍କୁ ନିଶ୍ଚୟ ଭଲ ମାନିବ। ଗୋରା ରଙ୍ଗର ହୋଇଥାନ୍ତୁ କି ଶ୍ୟାମଳୀଏହି ରଙ୍ଗ ଖୁବ୍ସୁନ୍ଦର ଦେଖାଯାଏ। ସେହିପରି ଗାଢ ସବୁଜ ରଙ୍ଗ ପସନ୍ଦ କରୁଥିଲେ ଇମେରାଲ୍ ଗ୍ରୀନ୍ଆପଣଙ୍କୁ ସୁହାଇବ

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories