www.samajalive.in
Monday, December 8, 2025
24.1 C
Bhubaneswar

ଜାଣନ୍ତୁ ଦକ୍ଷିଣହସ୍ତରେ ଭୋଜନ କରିବାର କାରଣ

ହିନ୍ଦୁ ଧର୍ମରେ ଦକ୍ଷିଣ ପଟକୁ ଖୁବ ଶୁଭ କୁହାଯାଇଥାଏ। ଯେକୌଣସି ଶୁଭ କାର୍ଯ୍ୟରେ ଦକ୍ଷିଣ ହସ୍ତର ବ୍ୟବହାର କରିବା ପାଇଁ ଉପଦେଶ ମଧ୍ୟ ଦିଆଯାଇଛି। ପୂଜାପାଠରେ ମଧ୍ୟ ଦକ୍ଷିଣ ହସ୍ତର ବ୍ୟବହାର ହୋଇଥାଏ। ଯଜ୍ଞ ଆଦି ସମସ୍ତ ଧାର୍ମିକ କାର୍ଯ୍ୟରେ ମଧ୍ୟ ଦକ୍ଷିଣ ହସ୍ତର ବ୍ୟବହାର ହୋଇଥାଏ। ସିଧା ହସ୍ତ ବା ଦକ୍ଷିଣ ହସ୍ତରେ ହିଁ ଖାଦ୍ୟ ଖାଇବା ଉଚିତ। ଏହାର କିଛି ସ୍ୱତନ୍ତ୍ର କାରଣ ରହିଛି। ଜାଣନ୍ତୁ , ତାହା କଣ….
ହିନ୍ଦୁଧର୍ମରେ ଭୋଜନକୁ ଯଜ୍ଞ ସହ ତୁଳନା କରାଯାଇଛି। ତେଣୁ ଯଜ୍ଞ ସର୍ବଦା ଦକ୍ଷିଣ ହସ୍ତରେ କରିବା ଦ୍ୱାରା ହିଁ ଏହାର ପ୍ରକୃତ ମହତ୍ତ୍ୱ ସାଧିତ ହୋଇଥାଏ। ତେଣୁ ଦକ୍ଷିଣ ହସ୍ତରେ ଖାଦ୍ୟ ଖାଇବା ଦ୍ୱାରା ମନ ଓ ଶରୀରକୁ ଶାନ୍ତି ପ୍ରାପ୍ତି ହୋଇଥାଏ।
ଦକ୍ଷିଣ ହସ୍ତକୁ ସୂର୍ଯ୍ୟ ନାଡ଼ିର ପ୍ରତିନିଧତ୍ୱ କୁହାଯାଇଥାଏ। ଏହି ହସ୍ତରେ ଭୋଜନ କରିବା ଦ୍ୱାରା ଶରୀରକୁ ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଖାଦ୍ୟ ସଠିକ୍‍ ଭାବେ ହଜମ ହୋଇଥାଏ।
ଏହି ହସ୍ତରେ ଖାଦ୍ୟ ଖାଇବା ପରେ ମଧ୍ୟ ଶାନ୍ତି ଅନୁଭବ ହୋଇଥାଏ ବୋଲି କୁହାଯାଏ।
ଶାସ୍ତ୍ର ଅନୁଯାୟୀ ଏହି ହସ୍ତରେ ଖାଦ୍ୟ ଖାଇବା ଦ୍ୱାରା ଶରୀର ସଂପୂର୍ଣ ଭାବେ ଖାଦ୍ୟ ଗ୍ରହଣ କରିଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories