www.samajalive.in
Thursday, December 11, 2025
16.1 C
Bhubaneswar

ଜାପାନ ଗସ୍ତ ପାଇଁ ଭାରତୀୟ ହକି ଦଳରେ ୨ ଓଡ଼ିଆ

ଆସନ୍ତାବର୍ଷ ଜାପାନ ରାଜଧାନୀ ଟୋକିଓରେ ଗ୍ରୀଷ୍ମକାଳୀନ ଅଲିମ୍ପିକ୍‌ସ ଅନୁଷ୍ଠିତ ହେବ। ଏହାପୂର୍ବରୁ ଅଗଷ୍ଟ ୧୭ରୁ ୨୧ ପର୍ୟ୍ୟନ୍ତ ଟୋକିଓରେ ଉଭୟ ପୁରୁଷ ଓ ମହିଳା ହକିର ଏକ ଟେଷ୍ଟ ଇଭେଣ୍ଟ ବା ପରୀକ୍ଷାମୂଳକ ଟୁର୍ଣ୍ଣାମେଣ୍ଟ ଖେଳାଯିବ। ଏହାର ପୁରୁଷ ଇଭେଣ୍ଟରେ ଭାରତୀୟ ଦଳ ଭାଗନେବାକୁ ଯାଉଛି। ଏହି ଟୁର୍ଣ୍ଣାମେଣ୍ଟ ଲାଗି ଗୁରୁବାର ହକି ଇଣ୍ଡିଆ ୧୮ ଜଣିଆ ଭାରତୀୟ ପୁରୁଷ ହକି ଦଳ ଘୋଷଣା କରିଛି। ଏହି ଦଳରେ ୨ ଜଣ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ନୀଲମ୍ ସଞ୍ଜିପ ଖେସ୍ ଓ ଆଶିଷ ଟପ୍ନୋ। ନୀଲମ୍ ସଞ୍ଜିପ ପୂର୍ବରୁ ଭାରତୀୟ ଦଳ ପାଇଁ ଖେଳି ସାରିଥିବା ବେଳେ ମିଡ୍‌ଫିଲ୍‌ଡର ଆଶିଷ ଟପ୍ନୋ ପ୍ରଥମଥର ପାଇଁ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି।

ଭାରତୀୟ ପୁରୁଷ ହକି ଦଳର ଅଧିକାଂଶ ପ୍ରମୁଖ ଖେଳାଳିଙ୍କୁ ଟୋକିଓ ଟୁର୍ଣ୍ଣାମେଣ୍ଟ ଲାଗି ବିଶ୍ରାମ ଦିଆଯାଇଛି। ମନପ୍ରୀତ ସିଂହ ବିଶ୍ରାମ ନେଇଥିବାରୁ ହରମନପ୍ରୀତ ସିଂହ ଦଳର ନେତୃତ୍ବ ନେବେ ଏବଂ ମନଦୀପ ସିଂହ ଉପଅଧିନାୟକ ଦାୟିତ୍ବ ତୁଲାଇବେ। ନଭେମ୍ବରରେ ଭାରତୀୟ ଦଳକୁ ଅଲିମ୍ପିକ୍‌ ଯୋଗ୍ୟତା ପର୍ୟ୍ୟାୟ ଖେଳିବାର ଥିବାରୁ ପ୍ରମୁଖ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି ବୋଲି ଦଳର ମୁଖ୍ୟ ପ୍ରଶିକ୍ଷକ ଗ୍ରାହାମ୍ ରିଡ୍‌ କହିଛନ୍ତି।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories