www.samajalive.in
Wednesday, December 10, 2025
26.1 C
Bhubaneswar

କଡା ହେଲେ ସୁପ୍ରିମକୋର୍ଟ – ସ୍ବତନ୍ତ୍ର ପକ୍ସୋ ଅଦାଲତ ପାଇଁ ୨ମାସ

ନୂଆଦିଲ୍ଲୀ: ସଂସଦରେ ‘ପ୍ରୋଟେକ୍ସନ୍‌ ଅଫ ଚାଇଲ୍ଡ ଫ୍ରମ୍‌ ସେକ୍ସୁଆଲ ଅଫେନ୍ସ’ ବା ପକ୍ସୋ ଆଇନ ସଂଶୋଧନ ବିଧେୟକ ଗୃହୀତ ହେବାର ଦିନକ ପରେ ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ ଗୁରୁବାର କଡ଼ା ନିର୍ଦେଶ ଦେଇଛନ୍ତି। ଦେଶର ଯେଉଁ ଜିଲାରେ ୧୦୦ରୁ ଅଧିକ ଶିଶୁ ଯୌନନିର୍ୟାତନା ମାମଲା ବିଚାରାଧୀନ ରହିଛି ସେଠାରେ ସ୍ବତନ୍ତ୍ର ‘ପକ୍ସୋ’ ଅଦାଲତ ପ୍ରତିଷ୍ଠା ପାଇଁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି।

କେନ୍ଦ୍ର ସରକାର ନିଜସ୍ବ ଯୋଜନାରେ ଓ ନିଜସ୍ବ ଅର୍ଥରେ ୬୦ଦିନ ମଧ୍ୟରେ ଏହି ଅଦାଲତ ଖୋଲିବାକୁ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗଇଙ୍କ ନେତୃତ୍ବାଧୀନ ପୀଠ କଡ଼ା ନିର୍ଦେଶ ଦେଇଛନ୍ତି। ଏଥିସହିତ ଅଦାଲତର ଭିତ୍ତିଭୂମି ସମ୍ପୂର୍ଣ୍ଣ ଭାବେ ଶିଶୁ ଭାବାପନ୍ନ ହେବ ଏବଂ ବିଚାରପତି ଓ ସମସ୍ତ କର୍ମଚାରୀଙ୍କ ବାବଦ ବ୍ୟୟଭାର କେନ୍ଦ୍ର ସରକାର ବହନ କରିବାକୁ ପୀଠ କହିଛନ୍ତି। ଏହି ନିର୍ଦେଶ କାର୍ୟ୍ୟକାରିତାର ଅଗ୍ରଗତି ସମ୍ପର୍କରେ ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ସଲିସିଟର ଜେନେରାଲ ତୁଷାର ମେହତାଙ୍କୁ କୁହାଯାଇଛି। ଏ ସମ୍ପର୍କିତ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ସେପ୍ଟେମ୍ବର ୨୬କୁ ଧାର୍ୟ୍ୟ ହୋଇଛି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories