www.samajalive.in
Saturday, December 13, 2025
23.1 C
Bhubaneswar

୨୪ ଘଣ୍ଟାରେ ଭାଙ୍ଗିପାରିବୁ କମଳନାଥଙ୍କ ସରକାର : ଗୋପାଳ ଭାର୍ଗବ

ଭୋପାଳ : କର୍ଣ୍ଣାଟକରେ କୁମାରସ୍ୱାମୀଙ୍କ ସରକାର ପତନ ହେବା ପରେ ମଧ୍ୟପ୍ରଦେଶରେ ରାଜନୈତିକ ହଲଚଲ ବଢିଯାଇଛି। ଏନେଇ ବୁଧବାର ମଧ୍ୟପ୍ରଦେଶ ବିଧାନସଭାରେ ବିରୋଧୀ ଦଳ ନେତା ଗୋପାଳ ଭାର୍ଗବ ଏବଂ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ମଧ୍ୟରେ ବାକଯୁଦ୍ଧ ହୋଇଛି।

ବିରୋଧୀ ଦଳ ନେତା ଗୋପାଳ ଭାର୍ଗବ କହିଛନ୍ତି ଯେ ଦଳର ଶୀର୍ଷ ୧ ଏବଂ ୨ ନମ୍ବର ନେତାଙ୍କ ଆଦେଶ ଆସିଲେ କମଳନାଥଙ୍କ ସରକାର ୨୪ ଘଣ୍ଟା ମଧ୍ୟରେ ଭାଙ୍ଗିଯିବ। ଗୋପାଳ ଭାର୍ଗବଙ୍କ ସଂକେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହ ମନ୍ତ୍ରୀ ଅମିତ ଶହାଙ୍କ ଆଡକୁ ଥିଲା। ଏହାର ଜବାବରେ ମୁଖ୍ୟମନ୍ତ୍ରୀ କମଳନାଥ କହିଥିଲେ ଯେ ତମ ନମ୍ବର ୧ ଏବଂ ୨ ନେତା ବୁଦ୍ଧିମାନ ଅଟନ୍ତି, ତେଣୁ ଏଭଳି ଆଦେଶ ଦେଉନାହାନ୍ତି। ଆପଣ ଚାହିଁଲେ ଆସ୍ଥା ପ୍ରସ୍ତାବ ଆଗତ କରିପାରିବେ।

- Advertisement -

ଏହା ପୂର୍ବରୁ କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ ସରକାର ଭାଙ୍ଗିବାକୁ ନେଇ ଗୋପାଳ ଭାର୍ଗବ କହିଥିଲେ ଯେ ଛୋଟା ସରକାରଙ୍କ ଏଭଳି ଅବସ୍ଥା ହୋଇଥାଏ। ଏବେ କର୍ଣ୍ଣାଟକରେ ଭଲଭାବେ ବିକାଶ ହେବ। ମଧ୍ୟପ୍ରଦେଶରେ ସମାନପ୍ରକାର ସ୍ଥିତି ରହିଛି। ଛଳ ଓ କପଟ କରି କୃଷକଙ୍କଠାରୁ ଭୋଟ ନେଇଗଲେ। ଏବେ ମଧ୍ୟପ୍ରଦେଶରେ ଲୁଟପାଟ, ଦୁର୍ନୀତି ଏବଂ ଚତୁଃପାର୍ଶ୍ବରେ ହାହାକାର ଚାଲିଛି। ଖୁବଶୀଘ୍ର ମଧ୍ୟପ୍ରଦେଶ ସରକାର ପିଣ୍ଡଦାନ କରିବ ବୋଲି ମୋର ଆଶା ଅଛି।

ସେହିପରି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଥିଲେ ଯେ ମଧ୍ୟପ୍ରଦେଶ ସରକାର ଭାଙ୍ଗିବାର କାରଣ ଆମେ ହେବୁନାହିଁ। କଂଗ୍ରେସ ନେତା ଖୋଦ ସରକାର ପତନ ପାଇଁ ଦାୟୀ ରହିବେ। କଂଗ୍ରେସ ଦଳ ଭିତରେ ଅନ୍ତଃ କନ୍ଦଳ ରହିଛି ଓ ତାକୁ ବିଏସପିର ସମର୍ଥନ ମିଳିଛି। ଆଗକୁ କର୍ଣ୍ଣାଟକ ଭଳି ପରିସ୍ଥିତି ସୃଷ୍ଟି ପାଇଁ ଆମେ ଦାୟୀ ରହିବୁ ନାହିଁ।

Hot this week

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

Related Articles

Popular Categories