www.samajalive.in
Saturday, December 13, 2025
23.1 C
Bhubaneswar

ଜ୍ୟାକଲିନ୍ ଲଞ୍ଚ କଲେ ୟୁଟ୍ୟୁବ ଚ୍ୟାନେଲ

ମୁମ୍ବଇ: ବଲିଉଡର ସିଂହଳ ସୁନ୍ଦରୀ ଭାବେ ଜଣାଶୁଣା ଅଭିନେତ୍ରି ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ନିଜର ଏକ ୟୁଟ୍ୟୁବ୍ ଚ୍ୟାନେଲ ଲଞ୍ଚ କରିଛନ୍ତି। ଜ୍ୟାକଲିନ୍ ନିଜର ଜୀବନଶୈଳୀ ସମ୍ପର୍କରେ ପ୍ରଶଂସକମାନଙ୍କୁ ଜଣାଇବା ପାଇଁ ଏହି ୟ୍ୟୁଟୁବ୍ ଚ୍ୟାନେଲ୍ ଲଞ୍ଚ କରିଥିବା କଥା କହିଛନ୍ତି। ଚ୍ୟାନେଲ ଲଞ୍ଚ କରିବାର ପ୍ରଥମ ଦିନରେ ସେ ତାଙ୍କର ପରିବାରର ଭିଡ଼ିଓ, ମଡେଲିଂ, ବଲିଉଡ୍ ଅଡିଶନ ଆଦି ଶେୟାର କରିଥିବା ଦେଖିବାକୁ ମିଳିଛି। ଚ୍ୟାନେଲ ମାଧ୍ୟମରେ ଜ୍ୟାକଲିନ୍ ପ୍ରଶଂସକମାନଙ୍କୁ ଟିପ୍ସ ଦେବେ ଯାହା ବଲିଉଡ୍ରେ ଏଣ୍ଟ୍ରି କରିବାକୁ ସହଜ ହେବ ବୋଲି କହିଛନ୍ତି।
ଜ୍ୟାକଲିନଙ୍କ ପୂର୍ବରୁ ଅଭିନେତ୍ରି ଆଲିଆ ଭଟ୍ଟ ମଧ୍ୟ ନିଜର ଏକ ୟୁଟ୍ୟୁବ୍ ଚ୍ୟାନେଲ ଲଞ୍ଚ କରିଥିଲେ। ଯାହାର ନାମ ‘ଆଲିଏବ’ ରଖିଥିଲେ। ଖାଲି ବଲିଉଡ ସେଲିବ୍ରିଟି ନୁହନ୍ତି କ୍ରିକେଟର ମଧ୍ୟ ନିଜର ୟୁଟ୍ୟୁବ ଚ୍ୟାନେଲ ଲଞ୍ଚ କରିଛନ୍ତି। ପାକମିସ୍ତାନ କ୍ରିକେଟ ଦଳର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର୍ ନିଜର ଏକ ୟୁଟ୍ୟୁବ ଚ୍ୟାନେଲ ଲଞ୍ଚ କରିଛନ୍ତି। ଯାହା ଭଲ ଭ୍ୟୁ ହେଉଥିବା ଦେଖିବାକୁ ମିଳିଛି।

Hot this week

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

Related Articles

Popular Categories