www.samajalive.in
Wednesday, December 10, 2025
23.1 C
Bhubaneswar

ବିଦ୍ରୋହୀ ବିଧାୟକଙ୍କୁ ବାଚସ୍ପତିଙ୍କ ସମନ୍‌

ବେଙ୍ଗାଲୁରୁ: କର୍ଣ୍ଣାଟକର କଂଗ୍ରେସ-ଜେଡିଏସ ମେଣ୍ଟ ସରକାରରୁ ଇସ୍ତଫା ଦେଇଥିବା ବିଦ୍ରୋହୀ ବିଧାୟକମାନଙ୍କୁ ବାଚସ୍ପତି କେ.ଆର. ରମେଶ କୁମାର ସମନ୍‌ ଜାରି କରିଛନ୍ତି। ଆସନ୍ତା ମଙ୍ଗଳବାର ଅପରାହ୍ନ ୩ଟା ସୁଦ୍ଧା ବିଦ୍ରୋହୀ ବିଧାୟକମାନେ ତାଙ୍କ କାର୍ଯ୍ୟାଳୟରେ ହାଜର ହେବା ଲାଗି ବାଚସ୍ପତି ନୋଟିସରେ ଦର୍ଶାଇଛନ୍ତି। ମେଣ୍ଟ ସରକାରରୁ ଇସ୍ତଫା ଦେବା ପରେ କଂଗ୍ରେସର ୮ ଏବଂ ଜେଡିଏସର ୩ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ଲାଗି ମୁଖ୍ୟମନ୍ତ୍ରୀ ଏଚ.ଡି. କୁମାରସ୍ବାମୀ ବାଚସ୍ପତିଙ୍କ ନିକଟରେ ଆବେଦନ କରିଥିଲେ। ଏହାର ଶୁଣାଣି କରିବା ଲାଗି ବାଚସ୍ପତି ବିଦ୍ରୋହୀ ବିଧାୟକମାନଙ୍କୁ ସମନ ଜାରି କରିଛନ୍ତି।

ସୂଚନାଯୋଗ୍ୟ, ବିଦ୍ରୋହୀ ବିଧାୟକମାନେ ମେଣ୍ଟ ସରକାରରୁ ଇସ୍ତଫା ଦେବା ପରେ କର୍ଣ୍ଣାଟକରେ ରାଜନୈତିକ ସଙ୍କଟ ଦେଖାଦେଇଛି। ମେଣ୍ଟ ସରକାର ସଂଖ୍ୟା ଗରିଷ୍ଠତା ହରାଇଥିବା ଦାବି କରି ବିରୋଧୀ ବିଜେପି ତୁରନ୍ତ ମୁଖ୍ୟମନ୍ତ୍ରୀ ବିଧାନସଭାରେ ବହୁମତ ସାବ୍ୟସ୍ତ କରିବାକୁ ଆହ୍ବାନ କରିଛି। କିନ୍ତୁ ରାଜ୍ୟରେ ଚାଲିଥିବା ଏହି ହାଇ ଭୋଲଟେଜ ଡ୍ରାମା ଦିନକୁ ଦିନ ନୂଆ ମୋଡ଼ ନେଉଥିବାରୁ ବର୍ତ୍ତମାନ ସୁଦ୍ଧା ଆସ୍ଥା ଭୋଟ ହୋଇପାରିନାହିଁ।

Hot this week

ଗୋଆ ଅଗ୍ନିକାଣ୍ଡ ଘଟଣାରେ ନାଇଟ୍ କ୍ଲବ୍ ମାଲିକ ଗିରଫ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

Related Articles

Popular Categories