www.samajalive.in
Sunday, December 14, 2025
26.1 C
Bhubaneswar

ୱେଷ୍ଟଇଣ୍ଡିଜ ଗସ୍ତରେ ଯିବେ ନାହିଁ ଧୋନି !

ମୁମ୍ବଇ : ଭାରତୀୟ କ୍ରିକେଟ୍‌ ଦଳ ୱେଷ୍ଟଇଣ୍ଡିଜ ଗସ୍ତରେ ଯାଇ କ୍ରିକେଟ୍‌ ସିରିଜ୍‌ ଖେଳିବାକୁ ଥିବା ବେଳେ ବରିଷ୍ଠ କ୍ରିକେଟର୍‌ ମହେନ୍ଦ୍ର ସିଂହ ଧୋନି ଭାରତୀୟ ଦଳ ସହ ଯିବେ ନାହିଁ ବୋଲି ଜଣାପଡ଼ିଛି। ଭାରତୀୟ ଦଳ ୱେଷ୍ଟଇଣ୍ଡିଜ ଗସ୍ତରେ ଯାଇ ୩ଟି ଦିନିକିଆ ଓ ୩ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳିବ। ତେବେ ଧୋନି ଭାରତୀୟ ଦିନିକିଆ ଦଳ​‌େ​‌ର ସାମିଲ ହୋଇ ୱେଷ୍ଟଇଣ୍ଡିଜ ଗସ୍ତରେ ଯିବେ ନାହିଁ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି।
ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ବିସିସିଆଇର ଜନୈକ ଅଧିକାରୀ କହିଛନ୍ତି ଧୋନି ୱେଷ୍ଟଇଣ୍ଡିଜ ଗସ୍ତରେ ଯିବେ ନାହିଁ। ଏହି ଗସ୍ତରେ ଋଷଭ ପନ୍ତ୍‌ ଭାରତୀୟ ଦଳର ୱିକେଟରକ୍ଷକ ଭାବେ ଦାୟିତ୍ବ ନିର୍ବାହ କରିବେ। ତେବେ ଆଗାମୀ ଦିନରେ ଭାରତୀୟ ଦଳ ବିଦେଶ ଗସ୍ତରେ ଗଲେ କିମ୍ବା ଘରୋଇ ମାଟିରେ ଦିନିକିଆ ମ୍ୟାଚ୍‌ ଖେଳିଲେ ଧୋନିଙ୍କୁ ଭାରତୀୟ ଦଳରେ ସାମିଲ କରାଯିବ। ସେ ୧୫ଜଣିଆ ଭାରତୀୟ ଦଳରେ ସ୍ଥାନ ପାଇଲେ ମଧ୍ୟ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବା ନିଶ୍ଚିତ ନୁହେଁ। ଭାରତୀୟ ଦଳରେ ରହି ଧୋନି ଅନ୍ୟତମ ଯୁବ ୱିକେଟରକ୍ଷକ ଋଷଭ ପନ୍ତ୍‌ କିପରି ନିଜ ପ୍ରଦର୍ଶନରେ ଉନ୍ନତି ଆଣିପାରିବେ ସେଥିପ୍ରତି ଧ୍ୟାନ ଦେବେ। ଧୋନିଙ୍କ ନିକଟରେ ବିପୁଳ ଅଭିଜ୍ଞତା ରହିଥିବାରୁ ଏହାକୁ ଉପଯୋଗ କରିବାକୁ ବିସିସିଆଇ ନିଷ୍ପତ୍ତି ନେଇଛି ବୋଲି ଅଧିକାରୀଜଣକ ସୂଚନା ଦେଇଛନ୍ତି। ଧୋନି କେବେ ସନ୍ନ୍ୟାସ ନେବେ ବୋଲି ପ୍ରଶ୍ନର ଉତ୍ତରରେ ଅଧିକାରୀଜଣକ କହିଥିଲେ ଧୋନି ଆଉ କିଛିବର୍ଷ ଅନ୍ତର୍ଜାତୀୟ ସ୍ତରରେ କ୍ରିକେଟ୍‌ ଖେଳିପାରିବେ। ତେଣୁ ବର୍ତ୍ତମାନ ଠାରୁ ତାଙ୍କ ସନ୍ନ୍ୟାସକୁ ନେଇ ଅଯଥା ଆଲୋଚନା ଅନୁଚିତ୍‌।
ପନ୍ତ୍‌ଙ୍କୁ ବର୍ତ୍ତମାନ ୨୨ ବର୍ଷ ହୋଇଥିବା ବେଳେ ଆସନ୍ତା ବର୍ଷ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟ୍ବେଣ୍ଟି୨୦ ବିଶ୍ବକପ୍‌ ସମୟରେ ତାଙ୍କୁ ୨୩ ବର୍ଷ ବୟସ ହୋଇଥିବ। ପନ୍ତ୍‌ ନିଜକୁ ଜଣେ ଦକ୍ଷ ଖେଳାଳି ଭାବେ ପ୍ରମାଣିତ କରି ସାରିଛନ୍ତି। ତେବେ ତାଙ୍କୁ ଆହୁରି ବହୁତ କିଛି ଶିଖିବାର ଅଛି। ଏହାକୁ ଦୃଷ୍ଟିରେ ରଖି ଧୋନି ଭାରତୀୟ ଦଳରେ ରହିବା ନିହାତି ଆବଶ୍ୟକ ବୋଲି ଅଧିକାରୀ ଜଣକ କହିଛନ୍ତି। ସେହିପରି ଧୋନି ଚେନ୍ନଇ ସୁପର କିଙ୍ଗ୍‌ସ ତରଫରୁ ଆଇପିଏଲ୍‌ରେ ଖେଳୁଛନ୍ତି। ଚେନ୍ନଇ ଦଳର ସେ ସବୁଠାରୁ ପ୍ରମୁଖ ଖେଳାଳି ହୋଇଥିବାରୁ ଧୋନି ହଠାତ୍‌ କ୍ରିକେଟ୍‌ରୁ ସନ୍ନ୍ୟାସ ନେବା ସମ୍ଭବପର ନୁହେଁ ବୋଲି ସେହି ଅଧିକାରୀଜଣକ କହିଛନ୍ତି।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories