www.samajalive.in
Friday, December 12, 2025
15.1 C
Bhubaneswar

ବଜ୍ରାଘାତରେ ମହିଳା ଗୁରୁତର

ମୋହନା : ଗଜପତି ଜିଲା ମୋହନା ବ୍ଳକ ଅନ୍ତର୍ଗତ ବିରିକୋଟ ପଞ୍ଚାୟତ ଅଧିନ ଦୁମ୍‍ ପେଟା ଗ୍ରାମରେ ବଜ୍ରାଘାତରେ ଜଣେ ମହିଳା ଗୁରୁତର ହୋଇଥିବା ଜଣାପଡିଛି। ସୂଚନା ମୁତାବକ, ନିରଞ୍ଜନୀ ଦଳବେହେରା(୨୩) ନାମକ ଜଣେ ମହିଳା ବିଲ କାମ ସାରି ନିଜ ଘରକୁ ଆସି ରୋଷେଇ କରୁଥିବା ସମୟରେ ବଜ୍ରାଘାତ ହେବାରୁ ଘର ନିକଟରେ ରହିଥିବା ଏକ ନଡିଆ ଗଛ ପୋଡିଯାଇଥିଲା। ସେହି ବିଜୁଳି ସଂସ୍ୱର୍ଶରେ ମହିଳା ଜଣଙ୍କର ଶରୀରର ବିଭିନ୍ନ ଅଂଶ ପୋଡି ଯାଇଥିବା ବେଳେ ପାଖରେ ଶୋଇଥିବା ଝିଅ ନିଳସ୍ମିତା ଦଳବେହେରା(୪)ଙ୍କ ମଧ୍ୟ ଶରରୀର କିଛି ଅଂଶ ପୋଡି ଯାଇଥିବା ଦେଖିବାକୁ ମିଳିଛି। ସେହି ଅବସ୍ଥାରେ ତାଙ୍କୁ ଗ୍ରାମବାସୀଙ୍କ ସହଯୋଗରେ ବିରିକୋଟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇଥିଲା କିନ୍ତୁ ଡାକ୍ତର ଅନୁପସ୍ଥିତ ଥିବାରୁ ତାଙ୍କୁ ଏକ ବୋଲେରୋ ଯୋଗେ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories