www.samajalive.in
Friday, December 12, 2025
15.1 C
Bhubaneswar

ଚନ୍ଦ୍ରଯାନ-୨ ମିଶନ: ଜୁଲାଇ ୨୧ କିମ୍ବା ୨୨ରେ ହୋଇପାରେ ଉତ୍‌କ୍ଷେପଣ

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ) ଆସନ୍ତା ୨୧ ତାରିଖ ଦ୍ବିପ୍ରହର କିମ୍ବା ୨୨ ତାରିଖ ସକାଳେ ପୁଣି ଥରେ ଚନ୍ଦ୍ରଯାନ-୨ ଅଭିଯାନ ଆରମ୍ଭ କରିପାରେ। ଭାରତର ୨ୟ ଚନ୍ଦ୍ରଯାନ ଅଭିଯାନ ଗତ ୧୫ ତାରିଖରେ ଆରମ୍ଭ ହେବାର ଥିଲା। ମାତ୍ର ବୈଷୟିକ ତ୍ରୁଟି କାରଣରୁ ଏହାକୁ ସ୍ଥଗିତ ରଖାଯାଇଥିଲା। ଜିଏସଏଲଭି-ଏମକେ ୩ ମହାକାଶ ଯାନର କ୍ରାୟୋଜେନିକ ଇଞ୍ଜିନର ହିଲିୟମ ବୋତଲରେ ଲିକ୍‌ ଯୋଗୁ ଉତ୍‌କ୍ଷେପଣ ହେବାର ୫୬ ମିନିଟ ପୂର୍ବରୁ ଅଭିଯାନକୁ ବନ୍ଦ କରାଯାଇଥିଲା। ଏହାର ମରାମତି ପରେ ଆସନ୍ତା ୨୧ କିମ୍ବା ୨୨ ତାରିଖରେ ଚନ୍ଦ୍ରଯାନ-୨ର ଉତକ୍ଷେପଣ କରାଯିବ ବୋଲି ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି।

ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ମୁତାବକ, ଜଣେ ବରିଷ୍ଠ ବୈଜ୍ଞାନିକଙ୍କ କହିଛନ୍ତି, ଇଞ୍ଜିନରେ ଲିକ୍ବିଡ୍‌ ଅକ୍ସିଜେନ(ଅକ୍ସିଡାଇଜର) ଏବଂ ଲିକ୍ବିଡ୍‌ ହାଇଡ୍ରୋଜେନ(ଇନ୍ଧନ) ଭରାଯିବା କାମ ଚାଲିଥିଲା। ହିଲିୟମ ବୋତଲ ଉପରେ ୩୫୦ ଥର ପର୍ଯ୍ୟନ୍ତ ପ୍ରେସର ଦେବାର କାର୍ଯ୍ୟ କରାଯିବାର ଥିଲା ଏବଂ ଆଉଟପୁଟ୍‌କୁ ୫୦ ଥର ପାଇଁ ସେଟ୍‌ କରାଯାଇଥାନ୍ତା। କିନ୍ତୁ ହିଲିୟମ ଭରାଯିବା ପରେ ପ୍ରେସର ଦ୍ରୁତବେଗରେ ହ୍ରାସ ପାଉଥିବା ଦେଖିବାକୁ ମିଳିଥିଲା। ଫଳରେ ହିଲିୟମ ବୋତଲରେ ଲିକ୍‌ ହୋଇଥିବା ସଙ୍କେତ ମିଳିଥିଲା। ବୈଜ୍ଞାନିକଙ୍କ ଏକ ଟିମ୍‌ ବର୍ତ୍ତମାନ ଉକ୍ତ ଲିକେଜ୍‌ ସ୍ଥାନ ଚିହ୍ନଟ କରିବାକୁ ଉଦ୍ୟମ ଚଳାଇଛି। ଏଥିରେ ଅନେକ ସ୍ଥାନରେ ଲିକ୍‌ ହୋଇଥାଇପାରେ ବୋଲି ସମ୍ପୃକ୍ତ ବରିଷ୍ଠ ବୈଜ୍ଞାନିକ କହିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories