www.samajalive.in
Friday, December 12, 2025
15.1 C
Bhubaneswar

ସନ୍ଧ୍ୟା ୬ଟା – ମୁଖ୍ୟ ସମ୍ବାଦ

ଆଞ୍ଚଳିକ
– ଶସ୍ୟ ବୀମା ପ୍ରଦାନ ଦାବିରେ ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କଲେ ଚାଷୀ
– ଆଜି ପାଟକୁରା ଗସ୍ତରେ ଯାଇ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ୱାଲଙ୍କ ପାଇଁ ପ୍ରଚାର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
– କୋଲକାତା ଧୂଲାଗଡ଼ରେ ଏକ ସଡ଼କ ଦୁର୍ଘଟଣାରେ ୫ ଓଡ଼ିଆ ଯୁବକ ମୃତ
– ହାଇଟେକ୍ ଜମି ଠକେଇ ମାମଲାରେ ସଂସ୍ଥାର ଜମା ଥିବା ୬୩ କୋଟି ୫୫ ଲକ୍ଷ ୪୯ ହଜାର ଟଙ୍କା କ୍ଷତିଗ୍ରସ୍ତଙ୍କ ମଧ୍ୟରେ ବାଣ୍ଟିବାକୁ ସ୍ୱତନ୍ତ୍ର ଚିଟ୍‌ଫଣ୍ଡ ଅଦାଲତଙ୍କ ନିର୍ଦ୍ଦେଶ
– ସମାଜସେବୀ ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କୁ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ
– ବିଧାନସଭା ଶୂନ୍ୟକାଳରେ ଆଜି ମନ୍ତ୍ରୀ ଓ ବିଧାୟକଙ୍କ ଅନୁପସ୍ଥିତିକୁ ନେଇ ବିରୋଧୀ ଦଳର ଶାସକ ଦଳକୁ ଟାର୍ଗେଟ
– ଜମି ବିବାଦକୁ ନେଇ ଜଣେ ବିଧବା ମହିଳାଙ୍କୁ ଥାନାରେ ମାଡ଼ ମାରିବା ଅଭିଯୋଗରେ ବଲାଙ୍ଗିର ଟାଉନ୍ ଥାନା କନଷ୍ଟେବଲ ଅଞ୍ଜନ ପ୍ରଧାନ ଗିରଫ
– ଜନତାଙ୍କ ଅଭିଯୋଗର ତୁରନ୍ତ ସମାଧାନ ପାଇଁ ଖାଦ୍ୟ ଯୋଗାଣ ବିଭାଗ ତରଫରୁ ଏକୀକୃତ ଅଭିଯୋଗ ନମ୍ବର ଜାରି, ଅନଲାଇନ୍ ଅଭିଯୋଗ ନମ୍ବର ହେଉଛି ୧୯୬୭
– ଆଦିବାସୀ ଠାକୁରଙ୍କ ମୂର୍ତ୍ତି ପୋଡ଼ି ଓ ଆଦିବାସୀ ବିରୋଧୀ ମନ୍ତବ୍ୟ ଅଭିଯୋଗରେ ଲୋକ ପ୍ରତିନିଧିଙ୍କ ପାଇଁ ସ୍ବତନ୍ତ୍ର କୋର୍ଟ ତଥା ଭୁବନେଶ୍ବର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌(୩)ଙ୍କ କୋର୍ଟରେ ଆସନ୍ତା ଅଗଷ୍ଟ ୭ ତାରିଖରେ ହାଜର ହେବେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ
– ଜୟପୁର ହାତୀଶାଳ ଛକ ନିକଟରେ ପୁଲିସ ସହ ଗୁଳି ବିନିମୟରେ ଦୁର୍ଦ୍ଦାନ୍ତ ଅପରାଧୀ କାବୁଲ ଖାରା ଆହତ
– ବିଜେପିର ନିର୍ବାଚନ କମିଶନଙ୍କ ପାଖେ ଅଭିଯୋଗ, ଖୋଲାଖୋଲି ଭାବରେ ଟଙ୍କା ବଣ୍ଟା ଯାଉଛି ପାଟକୁରାରେ
– ରାଜ୍ୟରେ ୫୧ ଲକ୍ଷ ୫୨୯୦ ଚାଷୀଙ୍କୁ କାଳିଆ ଟଙ୍କା ମିଳିଥିବା କହିଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ
– ମୟୂରଭଞ୍ଜ ଜିଲ୍ଲା ଉଦଳା କୁଟଲିଂ ଜଙ୍ଗଲରୁ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର
– ଭକ୍ତଙ୍କ ସୁବିଧା ଦୃଷ୍ଟିରୁ ପୁରୀ ଜିଲ୍ଲା ପ୍ରଶାସନର ସ୍ୱତନ୍ତ୍ର ପଦକ୍ଷେପ – ଶ୍ରୀମନ୍ଦିରରୁ ଶ୍ରୀନଅର ଯାଏଁ ନୋ ପାର୍କିଂ ଜୋନ
– କେନ୍ଦୁଝର ଜିଲ୍ଲାରେ ବଜ୍ରପାତରେ ୩ ମୃତ

ଜାତୀୟ
– କର୍ଣ୍ଣାଟକ ରାଜନୈତିକ ସଙ୍କଟ ନେଇ ବିଧାୟକଙ୍କ ଇସ୍ତଫା ସଂପର୍କରେ କେବଳ ବାଚସ୍ପତି ହିଁ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ସୁପ୍ରିମକୋର୍ଟ
– ମୁମ୍ବାଇ ଡୋଙ୍ଗ୍ରୀ ଅଞ୍ଚଳରେ କୋଠା ଭୁଶୁଡ଼ିବା ଘଟଣାରେ ମୃତକଙ୍କ ସଂଖ୍ୟା ୧୪କୁ ବୃଦ୍ଧି
– ଶ୍ରୀଲଙ୍କାରେ ପ୍ରସ୍ତାବିତ ସୀତା ଦେବୀଙ୍କ ମନ୍ଦିର ନିର୍ମାଣ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ଓ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ମୁହାଁମୁହିଁ
– ଆସନ୍ତା ୨୧ ତାରିଖ ଅପରାହ୍ଣ କିମ୍ବା ୨୨ ତାରିଖ ସକାଳେ ଚନ୍ଦ୍ରଯାନ-୨ର ଉତକ୍ଷେପଣ ହେବା ନେଇ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ଘୋଷଣା
– ଆସନ୍ତା ୨୦୨୩ ଏପ୍ରିଲ ସୁଦ୍ଧା ଋଷିଆ ଭାରତକୁ ଏସ-୪୦୦ ଟ୍ରିୟମ୍ଫ ମିସାଇଲ ଡିଫେନ୍ସ ସିଷ୍ଟମ ଦେବା ନେଇ କେନ୍ଦ୍ର ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ନାୟକଙ୍କ ଦୃଢୋକ୍ତି
– ଆସନ୍ତାକାଲି କର୍ଣ୍ଣାଟକରେ ହେବାକୁ ଥିବା ଆସ୍ଥାଭୋଟ୍‌ରେ ବିଦ୍ରୋହୀ ବିଧାୟକମାନେ ଭାଗ ନେବା ସେମାନଙ୍କ ଇଛାଧିନ ବୋଲି କହିଲେ ସୁପ୍ରିମ୍‌କୋର୍ଟ
– ଗୁଜରାଟ ବନାସକାଣ୍ଠା ଠାକୁର ସମ୍ପଦ୍ରାୟର ନୂଆ ନିୟମ – ଅବିବାହିତ ଝିଅକୁ ମୋବାଇଲ ମନା, ଉଲ୍ଲଂଘନ କଲେ ଝିଅର ବାପାଙ୍କୁ ୧.୫୦ ଲକ୍ଷ ଟଙ୍କା ଜରିମାନା
– ଜମ୍ମୁ-କାଶ୍ମୀର ସୋପୋରରେ ୨ଜଣ କୁଖ୍ୟାତ ଆତଙ୍କବାଦୀଙ୍କୁ ଠାବ କରିବାକୁ ସର୍ଚ୍ଚ ଅପରେସନ ଜାରି, ଇଂଟରନେଟ୍ ସେବା ବନ୍ଦ କଲା ପ୍ରଶାସନ

- Advertisement -

ଆନ୍ତର୍ଜାତିକ
– ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ମୋଷ୍ଟ ୱାଣ୍ଟେଡ୍‌ ଆତଙ୍କବାଦୀ ହାଫିଜ୍ ସୟିଦ, ଲାହୋରରୁ ଗୁଜରନୱାଲା ଯାଉଥିବା ବେଳେ ଗିରଫ କଲା ପୁଲିସ
– ଲଣ୍ଡନସ୍ଥିତ ଏକ ହସ୍‌ପିଟାଲ୍‌ରେ ପାଖାପାଖି ୫୫ଘଣ୍ଟା ଅସ୍ତ୍ରୋପଚାର ପରେ ପାକିସ୍ତାନର ଦୁଇବର୍ଷର ଯାଆଁଳା ଭଉଣୀଙ୍କ ଜନ୍ମରୁ ଥିବା ଯୋଡ଼ା ମୁଣ୍ଡକୁ ଅଲଗା କରିବାରେ ସଫଳତା ହାସଲ କଲେ ଡାକ୍ତର

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories