www.samajalive.in
Friday, December 12, 2025
15.1 C
Bhubaneswar

ହାତରେ ୪ ବନ୍ଧୁକ ଧରି ନାଚିଥିବା ବିଧାୟକ ବିଜେପିରୁ ବହିଷ୍କୃତ

ଡେରାଡୁନ: ଏକ ପାର୍ଟି ଚାଲିଥିବାବେଳେ ହାତରେ ୪ଟି ବନ୍ଧୁକ ଧରି ନାଚିଥିବା ଉତ୍ତରାଖଣ୍ଡର ଖାନପୁର ବିଜେପି ବିଧାୟକ କନୱର ପ୍ରଣବ ସିଂହ ଓରଫ ଚାମ୍ପିୟନଙ୍କୁ ଦଳରୁ ବହିଷ୍କାର କରାଯାଇଛି। ବିଜେପି ତାଙ୍କୁ ୬ବର୍ଷ ପାଇଁ ବହିଷ୍କାର କରିଛି। ପୂର୍ବରୁ ଗତ ଜୁନରେ ଜଣେ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିବା ଏବଂ ଧମକ ଦେବା ନେଇ ଅଭିଯୋଗ ହେବା ପରେ ବିଜେପି ତାଙ୍କୁ ଦଳରୁ ନିଲମ୍ବନ କରିଥିଲା। ନିଲମ୍ବନ ସମୟରେ ବି ତାଙ୍କ ଆଚରଣରେ କୌଣସି ପରିବର୍ତ୍ତନ ଆସି ନ ଥିଲା। ବରଂ ସେ ଦିନକୁ ଦିନ ଅଧିକ ବିଶୃଙ୍ଖଳିତ ଆଚରଣ ଦେଖାଉଥିଲେ। ଗତ ସପ୍ତାହରେ ବିଧାୟକ ନିଜ ବାସଭବନରେ ଏକ ପାର୍ଟି ରଖିଥିଲେ। ଏଥିରେ ତାଙ୍କ ସମର୍ଥକମାନେ ଯୋଗଦେଇଥିଲେ। ଏହି ଅବସରରେ ସେ ନିଶାସକ୍ତ ଅବସ୍ଥାରେ ହାତରେ କାରବାଇନ ସହିତ ୪ଟି ବନ୍ଧୁକ ଧରି ନାଚିଥିଲେ, ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏପରି କି ସେ ଉତ୍ତରାଖଣ୍ଡର ଜଣେ ବିଧାୟକ ହୋଇ ବି ନିଜ ରାଜ୍ୟ ବିଷୟରେ ଅପଶବ୍ଦ ପ୍ରୟୋଗ କରି ଗାଳିଗୁଲଜ କରୁଥିବା ଭିଡିଓରେ ଦେଖାଯାଇଥିଲା। ଭିଡିଓ ଭାଇରାଲ ହେବା ପରେ ବିଜେପି ତାଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଅନ୍ୟପଟେ ବିଧାୟକ କହିଛନ୍ତି, ଭିଡିଓଟି ୩ବର୍ଷ ତଳର। ସେ ଯେତେବେଳେ କଂଗ୍ରେସରେ ଥିଲେ ସେହି ସମୟରେ ଉକ୍ତ ଭିଡିଓଟି ଶୁଟ୍‍ ହୋଇଥିଲା।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories