ଲକ୍ଷ୍ନୌ : ଉତ୍ତରପ୍ରଦେଶ ସୋନଭଦ୍ର ଘେରାୱଲ କୋତୱାଲି ଅଞ୍ଚଳର ଉଭଭା ଗ୍ରାମରେ ବୁଧବାର ଏକ ଜମି ବିବାଦରୁ ୯ ଜଣଙ୍କୁ ହତ୍ୟା କରାଯାଇଛି। ଏଥିରେ ୨୫ ଜଣ ଆହତ ହୋଇଛନ୍ତି। ଏସପି ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଅନୁ୍ଧ୍ୟାନ କରୁଛନ୍ତି। ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି।
ସୂଚନା ଅନୁଯାୟୀ ଉଭଭା ଗ୍ରାମରେ ଜମି ବିବାଦକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷରୁ ଗୁଳିକାଣ୍ଡ ଘଟିଥିଲା। ଏଥିରେ ଆହତ ୩୩ରୁ ଊର୍ଦ୍ଧ୍ବ ଲୋକଙ୍କୁ ଜିଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଦିନ ପ୍ରାୟ ୪ଟା ସମୟରେ ୩ ମହିଳାଙ୍କ ସମେତ ୯ ଜଣଙ୍କ ମୃତ୍ୟୁ ଘଟିଛି। ଗୁଳି ଚଳାଇଥିବା ପକ୍ଷ ଗ୍ରାମର ପ୍ରଧାନ ଏବଂ ତାଙ୍କ ଘନିଷ୍ଠ ବୋଲି କୁହାଯାଉଛି। ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ଜମି ବିବାଦରୁ ୯ ଜଣଙ୍କୁ ହତ୍ୟା, ୨୫ ଆହତ
Popular Categories



