www.samajalive.in
Monday, December 15, 2025
16.1 C
Bhubaneswar

ଖାଲି ଟ୍ରେନ୍‌ ବର୍ଥ ପାଇଁ ମହିଳାଙ୍କୁ ମିଳିବ ଅଗ୍ରାଧିକାର

ନୂଆଦିଲ୍ଲୀ : ଖାଲି ବର୍ଥ ପାଇଁ ୱେଟିଂ ତାଲିକାରେ ଥିବା ମହିଳାଙ୍କୁ ଅଗ୍ରାଧିକାର ଦିଆଯିବ। ଏମାନଙ୍କ ପରେ ବରିଷ୍ଠ ନାଗରିକଙ୍କୁ ଏହି ବର୍ଥ ଟିକଟ୍‌ କିଣିବାର ସୁଯୋଗ ପ୍ରଦାନ କରାଯିବ ବୋଲି ରେଳବାଇ ବୋର୍ଡ ପକ୍ଷରୁ ଘୋଷଣା କରାଯାଇଛି। ବର୍ତ୍ତମାନଠାରୁ ସଂରକ୍ଷଣ ତାଲିକା ପ୍ରସ୍ତୁତ ହେବା ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ଲାଗୁ ହେବ। ସଂରକ୍ଷଣ ତାଲିକା ପ୍ରସ୍ତୁତି ପରେ ଖାଲିଥିବା ବର୍ଥଗୁଡିକୁ ୱେଟିଂ ତାଲିକାରେ ଥିବା ଯାତ୍ରୀଙ୍କୁ ଟିକଟ୍‌ ମିଳିବ; ଏ ନେଇ ଲିଙ୍ଗଗତ ପ୍ରଭେଦକୁ ବିଚାରକୁ ନିଆଯିବ ନାହିଁ। ମହିଳା କୋଟା ଅଧିନରେ ମିଳୁଥିବା ସୁବିଧାର ଯଥାର୍ଥତାରେ ପରିବର୍ତ୍ତନ କରିବା ଲାଗି ରେଳବାଇ ବୋର୍ଡ ପକ୍ଷରୁ ଏହାର କର୍ମଚାରୀଙ୍କୁ ଲିଖିତ ନିର୍ଦେଶ ଦିଆଯାଇଛି। ଏଥିରେ କୁହାଯାଇଛି ଯେ, ଯଦି କୌଣସି ବର୍ଥ ଖାଲିପଡେ ତେବେ ଦାୟିତ୍ୱରେ ଥିବା ଟିକଟ୍‌ ଯାଞ୍ଚ ଅଧିକାରୀ ପ୍ରଥମେ ମହିଳା ତଥା ବରିଷ୍ଠ ନାଗରିକଙ୍କୁ ଦେଇପାରିବେ। ସମ୍ପ୍ରତି ଶୋଇବା ସୁବିଧା ଥିବା ସମସ୍ତ ଟ୍ରେନ୍‌ରେ ସ୍ଲିପର କ୍ଲାସ୍‌ ବଗିର ୬ଟି ତଳ ବର୍ଥ ଏବଂ ଏସି୩ ଓ ଏସି୨ ଟାଏର ବଗିର ୩ଟି ତଳ ବର୍ଥ ବରିଷ୍ଠ ନାଗରିକଙ୍କ ସମେତ ୪୫ବର୍ଷ ଓ ତଦୁଦ୍ଧ୍ୱର୍ ବୟସ୍କ ମହିଳା ତଥା ଗର୍ଭବତୀ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ରାଜଧାନୀ, ଦୁରୋନ୍ତୋ ଏବଂ ସମ୍ପୂର୍ଣ୍ଣ ଏୟାର କଣ୍ଡିସନ୍‌ ବ୍ୟବସ୍ଥାଯୁକ୍ତ ତଥା ଏକ୍ସପ୍ରେସ୍‌ ଟ୍ରେନ୍‌ଗୁଡିକର ଏସି୩ ଟାଏର ବଗିର ୪ଟି ତଳ ବର୍ଥ ଏହି କୋଟା ଅଧିନରେ ସଂରକ୍ଷିତ ରହିଛି।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories