ବୁଧବାର ରାଶିଫଳ

0

ମେଷ: ନିଜ କାର୍ଯ୍ୟକୁ ପଛରେ ପକାଇ ଅନ୍ୟ ପାଇଁ କାର୍ଯ୍ୟ କରିପାରନ୍ତି। କର୍ମ ଚଞ୍ଚଳ ରହିବେ। କୁଳ ଉଳକାରୀ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ଜୀବନ-ଯାପନ କରିପାରନ୍ତି। ଦୟାଳୁ ସ୍ବଭାବର ହେବେ। ବ୍ୟବସାୟ ଲାଭଜନକ ହେବ।
ବୃଷ: ଧୈର୍ଯ୍ୟ ଧରି କାର୍ଯ୍ୟ କରିପାରନ୍ତି। ସେବା ମନୋଭାବର ହୋଇପାରନ୍ତି। ପୂଜା ପଦ୍ଧତି ଉପରେ ବିଶ୍ବାସ ଓ ଆସ୍ଥା ସ୍ଥାପନ କରିବେ। ଦିନଟି ଭୋଗ-ବିଳାସରେ ଅତିବାହିତ ହେବ। ଭାଗ୍ୟଶାଳୀ ହେବେ। ବିଦ୍ବାନ୍‌, ସାହସୀ ଓ ସମ୍ପତ୍ତିବାନ୍‌ ହେବେ।
ମିଥୁନ: ମନ ଅସ୍ଥିର ରହିପାରେ। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବାର ସୂଚନା ମିଳୁଛି। ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ। ସ୍ବାଭିମାନୀ ହେବେ। ଭାଗୁଆଳି ବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ, ଯାନବାହନ ଚଳାଚଳରେ ସତର୍କ ରହିବେ।
କର୍କଟ: ଗୃହ ଉପକରଣ ସଂଗ୍ରହ କରିବେ। ବହୁ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ। ବ୍ୟବସାୟ ଲାଭଜନକ ହେବ। ସମାଜ ସେବା ପ୍ରତି ଆଗ୍ରହ ପ୍ରକାଶ କରିବେ। ମନରେ ଅହଂଭାବ ଜାଗ୍ରତ ହୋଇପାରେ। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ। ପତ୍ନୀଙ୍କ କଥାରେ ପରିଚାଳିତ ହେବେ।
ସିଂହ: ଅନୁଶ୍ରୁତ ହେଉଥିବା ଯୋଜନାର ପରିବର୍ତ୍ତନ ଘଟାଇ ପାରନ୍ତି। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ଜୀବନ-ଯାପନ କରିବେ। ବଳିଷ୍ଠ ଓ ଶତ୍ରୁହନ୍ତା ହେବେ। ଚାକିରିରେ ସୁନାମ ଅର୍ଜନ କରିବେ।
କନ୍ୟା: ଆଲୋଚନା ଫଳପ୍ରଦ ହେବ। ପରଚର୍ଚ୍ଚାରୁ ବିରତ ହେଲେ ମହାଫଳ ମିଳିବ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଆକସ୍ମିକ ଧନ ଲାଭର ସୂଚନା ମିଳୁଛି। ବ୍ୟବସାୟରୁ ପ୍ରଚୁର ଧନ ଲାଭ ହୋଇପାରେ। ପତ୍ନୀଙ୍କ ଆଜ୍ଞାକାରିଣୀ ହେବେ।
ତୁଳା: ବନ୍ଧୁ ମେଳରେ ଦିନ ବିତାଇ ପାରନ୍ତି। ଉଦାର ପ୍ରକୃତିର ହେବେ। ଦାନଶୀଳ ହୋଇପାରନ୍ତି। ସୁଖୀ ହେବେ। ଶୋଭନ ବ୍ୟକ୍ତିତ୍ବର ପରିଚୟ ସୃଷ୍ଟି କରିବେ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି। କୃଷି କର୍ମକାରୀ ହେବେ। ଜଳପ୍ରତି ଆଦର ଓ ବୁଦ୍ଧିମାନ୍‌ ହେବେ।
ବିଛା: ପୈତୃକ ସମ୍ପତ୍ତିକୁ ନେଇ ଗଣ୍ଡଗୋଳର ସମ୍ମୁଖୀନ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ଆସ୍ତିକ ସ୍ବଭାବର ହେବେ। ମଧୁରଭାଷୀ ହେବେ। ଥଣ୍ଡା-କଫ ଜନିତ ପୀଡ଼ା ଭୋଗ କରିପାରନ୍ତି। ମେଳାପୀ ପ୍ରକୃତିର ହେବେ। ପ୍ରେମୀ, କାର୍ଯ୍ୟଦକ୍ଷ ଓ ସାହସୀ ହେବେ।
ଧନୁ: ଗୃହ ଉପଯୋଗୀ ଜମି କ୍ରୟ କରିପାରନ୍ତି। ଆଶାବାଦୀ ହେବେ। ପରମ ଭାଗ୍ୟଶାଳୀ ହେବେ। ପରଦେଶବାସୀ, ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ। ମିତ୍ର ସୁଖ ମିଳିବ। ବିଭିନ୍ନ ଦିଗରୁ ଧନାଗମ ହୋଇପାରେ।
ମକର: ଦୂରଯାତ୍ରା ଲାଭପ୍ରଦ ହେବ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ରୋଜଗାର ଆଶାନୁରୂପ ହେବ। ଐଶ୍ବର୍ଯ୍ୟଯୁକ୍ତ ହୋଇପାରନ୍ତି। ରଣାଙ୍ଗନରେ ପାରଙ୍ଗମ ହେବେ। ମୋକଦ୍ଦମାରେ ବିଜୟୀ ହେବେ। ଧନଲାଭ ହେବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
କୁମ୍ଭ: ବାହୁବଳ ଠାରୁ ମନୋବଳ ଅଧିକ ହେବ। ଚଞ୍ଚଳ ସ୍ବଭାବର ହେବେ। ଥଣ୍ଡା-କଫରେ ଆକ୍ରାନ୍ତ ହୋଇପାରନ୍ତି। ମିଠା କଥା କହି କାର୍ଯ୍ୟ ହାସଲ କରିବେ। ଧାର୍ମିକ ପ୍ରବୃତ୍ତିର ହେବେ। ଜ୍ଞାନଗରିମା ବୃଦ୍ଧି ହେବ। ସାହସର ସହ କାର୍ଯ୍ୟ କରିବେ। ଖର୍ଚ୍ଚାନ୍ତ ହୋଇ ପାରନ୍ତି।
ମୀନ: ଆୟ ଯଥେଷ୍ଟ ପରିମାଣର ହେବ। ସୁସ୍ଥ ଓ ନିରାମୟ ଜୀବନ-ଯାପନ କରିବେ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। ଚଞ୍ଚଳ ପ୍ରକୃତିର ହେବେ। ସରକାରୀ ସ୍ତରରେ ସମ୍ମାନିତ ହେବେ। ରାଜକୋଷରୁ ଅର୍ଥ ମିଳି ପାରେ। କରିତ୍‌କର୍ମା ହେବେ।

kalyan agarbati
Leave A Reply