ବଳାତ୍କାରୀଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡାଦେଶ
ଯାଜପୁର : ଯାଜପୁର ଜିଲା କଳିଙ୍ଗନଗର ଥାନା ଅଞ୍ଚଳରେ ଗତ ୨୦୧୭ ମସିହାରେ ହୋଇଥିବା ଆଦିବାସୀ ବିବାହିତ ମହିଳାଙ୍କୁ ବଳାତ୍କାର ମାମଲାରେ ମଙ୍ଗଳବାର ମାନ୍ୟବର ଜିଲା ଦୌରା ଜଜ ବଳାତ୍କାରୀଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି ।
ସୂଚନା ମୁତାବକ, ୨୦୧୭ ମସିହା ଜାନୁୟାରୀ ୨୬ ତାରିଖରେ ପିଡିତା ଡୁବୁରି ହାଟରୁ ଫେରୁଥିବା ସମୟରେ ଅଭିଯୁକ୍ତ ଲାଦର ମହାକୁଡ ଭିମଟାଙ୍ଗର ଛକ ନିକଟରେ ତାଙ୍କୁ ବଳାତ୍କାର କରିଥିଲେ । ଏହି ଘଟଣାରେ ମୋଟ ୧୩ ଜଣଙ୍କ ସାକ୍ଷ୍ୟ ଓ ପ୍ରମାଣକୁ ଭିତି କରି ମାନ୍ୟବର ଅଦାଲତ ଅଭିଯୁକ୍ତଙ୍କୁ ଭାରତୀୟ ଦଣ୍ଡବିଧି ୩୭୬/୧ ଅନୁସାରେ ୭ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ପାଞ୍ଚ ହଜାର ଟଙ୍କା ଜୋରିମାନା ପାଇଁ ନିର୍ଦ୍ଧେଶ ଦେଇଛନ୍ତି । ସରକାରଙ୍କ ପକ୍ଷରୁ ଆଇନଜିବି ସମରେନ୍ଦ୍ର ଦାସ ମାମଲା ପରିଚାଳନା କରିଥିଲେ ।
Comments are closed.