ଲଣ୍ଡନ: ଚଳିତ କ୍ରିକେଟ ବିଶ୍ଵକପ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରବିବାର ଲର୍ଡ୍ସ ଷ୍ଟାଡିୟମରେ ଫାଇନାଲ ମ୍ୟାଚ ଆରମ୍ଭ ହୋଇଛି। ଏଥିରେ ନ୍ୟୁଜିଲାଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି।
ଲିଗ୍ ମ୍ୟାଚରେ ପଏଣ୍ଟ ଟେବୁଲରେ ୩ୟ ଏବଂ ୪ର୍ଥ ସ୍ଥାନରେ ଥିବା ଦୁଇ ଟିମ୍ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ଫାଇନାଲକୁ ପ୍ରବେଶ କରିଥିଲେ। ନ୍ୟୁଜିଲାଣ୍ଡ ପ୍ରଥମ ସେମି ଫାଇନାଲରେ ଟିମ୍ ଇଣ୍ଡିଆ ଏବଂ ଇଂଲଣ୍ଡ ୨ୟ ସେମି ଫାଇନାଲରେ ଅଷ୍ଟ୍ରେଲିଆକୁ ହରାଇ ଫାଇନାଲରେ ପହଞ୍ଚିଥିଲା। ଅଷ୍ଟ୍ରେଲିଆ ୫ଥର ବିଶ୍ଵକପ୍ ଚାମ୍ପିୟନ ହୋଇଥିଲାବେଳେ ଭାରତ ୨ଥର ବିଶ୍ଵକପ୍ ଜିତିଛି। ତେବେ ନ୍ୟୁଜିଲାଣ୍ଡ କିମ୍ବା ଇଂଲଣ୍ଡ କୌଣସି ଥର ବିଶ୍ଵକପ ଜିତି ନାହାନ୍ତି। ତେଣୁ ଚଳିତ ବିଶ୍ଵକପରେ ଏକ ନୂଆ ଟିମ୍ ଚାମ୍ପିୟନ ଆଖ୍ୟା ଅର୍ଜନ କରିବ।



