www.samajalive.in
Friday, December 12, 2025
14.1 C
Bhubaneswar

ଘାଟିକୁ ଖସିଲା ପର୍ଯ୍ୟଟକ କାର୍; ୫ ମୃତ

ଡେରାଡୁନ : ଉତ୍ତରଖଣ୍ଡର ଡେରାଡୁନରେ ରବିବାର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। କାଲସୀ-ଚକରତା ମୋଟର ମାର୍ଗରେ ଥିବା ଚାମଡ ଖୀଲ ନିକଟରେ ଏକ ପର୍ଯ୍ୟଟକ କାର ଭାରସାମ୍ୟ ହରାଇ ଘାଟି ତଳକୁ ଖସିପଡିଛି। ଫଳରେ ଏଥିରେ ଥିବା ୫ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ଏଡିଆରଏଫ୍ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଏପର୍ଯ୍ୟନ୍ତ ମାତ୍ର ଦୁଇଟି ମୃତଦେହକୁ ଉଦ୍ଧାର କରାଯାଇ ମୁଖ୍ୟ ରାସ୍ତାକୁ ଆଣାଯାଛନ୍ତି। ମୃତକଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରିନାହିଁ।

ସ୍ଥାନୀୟଲୋକଙ୍କ ଠାରୁ ସୂଚନା ପାଇ ଘଟଣାସ୍ଥଳରେ କଲସୀ ପୁଲିସ ଏବଂ ଏସଡିଆରଏଫ୍ ଟିମ୍ ପହଞ୍ଚି ଘାଟି ମଧ୍ୟରୁ ମୃତଦେହ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଦୁର୍ଘଟଣାଗ୍ରସ୍ତ ଗାଡିର ନମ୍ବର ପ୍ଳେଟ୍ ଅନୁସାରେ କାରଟି ହରିୟାଣା ବୋଲି ଜଣାପଡିଛି। କିନ୍ତୁ କାରରେ ଥିବା ଯାତ୍ରୀମାନେ ଉତ୍ତରପ୍ରଦେଶର ସହାରନପୁର ଅଞ୍ଚଳର ବୋଲି କୁହାଯାଉଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories