www.samajalive.in
Friday, December 12, 2025
14.1 C
Bhubaneswar

ଅନେକ ସମସ୍ୟା ଦୂର କରିବା ସହ ସୌନ୍ଦର୍ଯ୍ୟ ବୃଦ୍ଧି କରେ ଦେଶୀ ଘିଅ

ସାଧାରଣତଃ ଏହା ଆ‌ମେ ଜାଣନ୍ତି ଯେ, ଘିଅର ଅନେକ ଉପକାରୀ ଗୁଣ ଅଛି ଓ ଏହା ଖୁବ୍ ପବିତ୍ର ମଧ୍ୟ। ଏହାକୁ ବିଶେଷତଃ ଆମେ ଖାଦ୍ୟ ଓ ପୂଜା ଆଦିରେ ବ୍ୟବହାର କରିଥାଉ। ହେଲେ କ’ଣ ଆପଣ ଜାଣନ୍ତି ସୌନ୍ଦର୍ଯ୍ୟ ବୃଦ୍ଧିରେ ମଧ୍ୟ ଘିଅ ଗୁରୁତ୍ବପୂର୍ଣ୍ଣ ଭୂମିକା ବହନ କରିଥାଏ। ଦେଶୀ ଘିଅର ବିଶେଷ ଉପଯୋଗ ଦ୍ବାରା ଅନେକ ସମସ୍ୟା ଦୂର ହେବା ସହ ଯୌନ୍ଦର୍ଯ୍ୟ ବୃଦ୍ଧି ମଧ୍ୟ ହୋଇଥାଏ। ଆସନ୍ତୁ ଜାଣିବା ଘିଅର ସେହି ଉପଯୋଗ ବିଷୟରେ-

୧- ତ୍ବଚା ଅଧିକ ଶୁଷ୍କ ଥିଲେ ଘିଅ ସହ ଗ୍ଲିସରିନ୍ ମିଶାଇ ନାଭିରେ ଲଗାଇଲେ ଏହା ତ୍ବଚା ପାଇଁ ଖୁବ୍ ଲାଭଦାୟକ ସାବ୍ୟସ୍ତ ହୋଇଥାଏ।
୨- ଯେଉଁମାନଙ୍କର ଆଣ୍ଠୁଗଣ୍ଠି ସମସ୍ୟା ରହଛି ସେମାନେ ରାତିରେ ଶୋଇବା ପୂର୍ବରୁ ନାଭିରେ ଦେଶୀ ଘିଅ ମାଲିସ କଲେ ଲାଭ ମିଳିଥାଏ।
୩- କେଶ ଝଡ଼ିବା ବା ଧଳା ହେବା ସମସ୍ୟା ଥିଲେ ଦେଶୀ ଘିଅରେ ଶିକାକାଇ ପାଉଡର ମିଶାଇ କେଶରେ ଲଗାଇବା ଉଚିତ୍। ଏହାଦ୍ବାରା କେଶ ଘଞ୍ଚ ଏବଂ କଳା ହୋଇଥାଏ।
୪- ଆଖି ତଳେ ଦେଶୀ ଘିଅ ଲଗାଇଲେ ଆଖି ତଳର କଳାଦାଗ ବା ଡାର୍କ ସର୍କଲ୍ ଦୂର ହୋଇଥାଏ।
୫- ନାଭିରେ ଦେଶୀ ଘିଅ ମାଲିସ କଲେ ଶରୀର ଦୁର୍ବଳ ହୁଏ ନାହିଁ।
୬- ଭୃଲତା କେଶ ଗହଳ କରିବା ପାଇଁ ରାତିରେ ଘିଅ ଆଖିର ଉପର ଅଂଶରେ ଲଗାଇବା ଉଚିତ୍। ଏହି ଉପଚାର ୭ ଦିନ ଯାଏଁ ଲଗାତାର କରିଲେ ଭୃଲତା କେଶ ବଢି ମୋଟା ହୋଇଥାଏ।
୭- ଥଣ୍ଡା ଜ୍ବର ହୋଇଥିଲେ ନାଭିରେ ଦେଶୀ ଘିଅ ମାଲିସ କରିବା ଦ୍ବାରା ଉପଶମ ମିଳିଥାଏ।
୮- ଦେଶୀ ଘିଅରେ ଲେମ୍ବୁ ମିଶାଇ ତ୍ବଚାରେ ଲଗାଇଲେ ସମସ୍ତ ଦାଗ ଦୂର ହୋଇଥାଏ। ଏହା ତ୍ବଚାକୁ ଗୋରା କରିବାରେ ମଧ୍ୟ ସାହାଯ୍ୟ କରେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories