www.samajalive.in
Tuesday, December 9, 2025
26.1 C
Bhubaneswar

୧୭ରେ ଉଦ୍‌ଘାଟନ ହେବ ସୁପ୍ରିମକୋର୍ଟର ନୂତନ ଅଟ୍ଟାଳିକା

ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ନୂତନ ଓ ବିରାଟକାୟ ଅଟ୍ଟାଳିକାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜୁଲାଇ ୧୭ରେ ଉଦଘାଟନ କରିବେ। ପ୍ରାୟ ୨୪ଟି ଫୁଟବଲ୍‌ ପଡ଼ିଆ ଆକାର ୧୨.୧୯ ଏକର ପରିମିତ ଜମିରେ ୮୮୫ କୋଟି ଟଙ୍କା ବିନିମୟରେ ନିର୍ମିତ ଏହି ଅଟ୍ଟାଳିକାରେ ୧୫ ଲକ୍ଷ ୪୦ ହଜାର ବର୍ଗଫୁଟ ସ୍ଥାନ ଉପଲବ୍ଧ ହେବ। ଏଥିରେ ୫ଟି ବ୍ଲକ୍‌ ରହିଥିଲାବେଳେ କୋଠା ୮ମହଲା ହୋଇଛି। ସୁପ୍ରିମକୋର୍ଟ ନିକଟସ୍ଥ ପ୍ରଗତି ମୈଦାନ ସଂଲଗ୍ନ ଜମିରେ ଏହି ଅଟ୍ଟାଳିକା ନିର୍ମାଣ କରାଯାଇଛି। ସର୍ବୋଚ୍ଚ ଅଦାଲତର ଉଭୟ ପୁରୁଣା ଓ ନୂତନ ଅଟ୍ଟାଳିକା ପରସ୍ପର ସହିତ ଭୂତଳ ପଥ ଦ୍ବାରା ସଂଯୁକ୍ତ ହୋଇ ରହିବ। ସୁପ୍ରିମକୋର୍ଟର ପ୍ରଶାସନିକ କାର୍ଯ୍ୟ, ମାମଲା ଦାଖଲ, କୋର୍ଟଙ୍କ ନିର୍ଦେଶ ଓ ନିଷ୍ପତ୍ତିର ନମୁନା ସଂଗ୍ରହ ପ୍ରଭୃତି କାର୍ଯ୍ୟ ନୂତନ ଅଟ୍ଟାଳିକା​‌େ​‌ର ହେବ। ଏଠାରେ ୫୦୦ଟି ନୂତନ ପ୍ରକୋଷ୍ଠ ଏବଂ ୨୦୦୦ କାର ପାର୍କିଂ ସ୍ଥାନ ରହିଛି। ଏଥିସହ ୬୫୦ ଏବଂ ୨୫୦ ଲୋକ ବସିପାରିବା ଭଳି ଦୁଇଟି ପ୍ରେକ୍ଷାଳୟ ନିର୍ମାଣ କରାଯାଇଛି। ମାମଲାଗୁଡିକର ଶୁଣାଣି ପାଇଁ ଉଦ୍ଦିଷ୍ଟ କୋର୍ଟ, ପ୍ରଧାନବିଚାରପତି ତଥା ଅନ୍ୟ ବିଚାରପତିମାନଙ୍କ କାର୍ଯ୍ୟାଳୟ ପୁରୁଣା ଅଟ୍ଟାଳିକାରେ ରହିବ। ଉଲ୍ଲେଖ ଯେ ୧୯୫୦ ଜାନୁଆରୀ ୨୮ରେ ସୁପ୍ରିମକୋର୍ଟର ଉଦଘାଟନ ହୋଇଥିଲା। ନୂଆ କୋଠାର ଭିତ୍ତିପ୍ରସ୍ତର ୨୦୧୨ରେ ତତ୍କାଳୀନ ପ୍ରଧାନ ବିଚାରପତି ଜଷ୍ଟିସ ଏସ୍‌.ଏଚ୍‌ କାପଡ଼ିଆଙ୍କ ଦ୍ବାରା ସ୍ଥାପନ ହୋଇଥିଲା। ପ୍ରସିଦ୍ଧ ନିର୍ମାଣକାରୀ ସଂସ୍ଥା ସପୁରଜୀ-ପାଲୋନ୍‌ଜି କମ୍ପାନୀର ସହଯୋଗୀ ସଂସ୍ଥା ଷ୍ଟର୍ଲିଂ ଏଣ୍ଡ ୱିଲସନ୍‌ ଏହି କୋଠା ନିର୍ମାଣ କରିଛି।

Hot this week

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

ଜନ୍ମଦିନରେ ସୋନିଆ ଗାନ୍ଧୀଙ୍କୁ ଝଟକା: କୋର୍ଟରୁ ନୋଟିସ୍‌

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବଡ...

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

Related Articles

Popular Categories