www.samajalive.in
Saturday, December 13, 2025
27.1 C
Bhubaneswar

ଭାରତର ୫କିମି ଭିତରକୁ ପଶିଆସିଲେ ଚୀନ୍‌ ସେନା

ଲଦାଖ : ଚୀନ୍‌ର ପିପୁଲ୍ସ ଲିବରେସନ୍‌ ଆର୍ମି (ପିଏଲଏ) ସୈନିକମାନେ ଭାରତୀୟ ସୀମାର ୫କିଲୋମିଟର(କିମି) ଭିତରକୁ ପ୍ରବେଶ କରି ଅନାୟାସରେ ଫେରିଯାଇଛନ୍ତି। ଏହି ଘଟଣା ଗତ ୬ତାରିଖରେ ଘଟିଥିଲେ ମଧ୍ୟ ବିଳମ୍ବରେ ସାମ୍ନାକୁ ଆସିଛି।

ସୂଚନାନୁଯାୟୀ, ଲଦାଖ ସେକ୍ଟରର ଡେମ୍‌ଚୋକ୍‌ଠାରେ ତୀବ୍ବତୀୟମାନେ ଦଲାଇଲାମାଙ୍କ ୮୪ତମ ଜନ୍ମ ଦିବସ ପାଳନ ଅବସରରେ ସେମାନଙ୍କ ପତାକା ଉତ୍ତୋଳନ କରିଥିଲେ। ଏହି ସମୟରେ ପିଏଲଏ ସୈନିକମାନେ ଏକ ଗାଡ଼ି(ଏସ୍‌ୟୁଭି)ରେ ଭାରତୀୟ ସୀମା ଅତିକ୍ରମ କରି ଉତ୍ସବ ସ୍ଥଳ​‌େ​‌ର ପହଞ୍ଚିଥିଲେ ଓ ଏହାର ପ୍ରତିବାଦ କରିଥିଲେ। ସେମାନେ ପ୍ରାୟ ୫କିଲୋମିଟର ଭାରତୀୟ ଅଞ୍ଚଳକୁ ପଶି ଆସିଥିଲେ। ସେଠାରେ ୁପସ୍ଥିତ ଭାରତୀୟ ଯବାନମାନେ ସେମାନଙ୍କୁ ଅଟକାଇବା ସହ ଆଗକୁ ବଢ଼ିବାର ସୁଯୋଗ ଦେଇ ନ ଥିଲେ। ଏହା ସତ୍ତ୍ବେ ଚୀନ୍‌ ସୈନିକମାନେ ସେଠାରେ କିଛି ଘଣ୍ଟା ରହିଥିଲେ। ଭାରତୀୟ ସେନା ସେମାନଙ୍କୁ ତୀବ୍ବତୀୟଙ୍କ କାର୍ଯ୍ୟକ୍ରମର ତଦନ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ସେମାନେ ଫେରିଯାଇଥିଲେ ବୋଲି ଶୁକ୍ରବାର ଜଣେ ସରକାରୀ ଅଧିକାରୀ କହିଛନ୍ତି।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories